ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ସମୀକ୍ଷାକଲେ ଜିଲାପାଳ

ଗଞ୍ଜାମ,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ରେ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା (କୋଭିଡ ୧୯) ମୁକାବିଲା କେମିତି ଚାଲିଛି ସେ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଥିବାରୁ ଏଥିପାଇଁ ସମସ୍ତେ ଯତ୍ନବାବା ହେବାକୁ ସେ ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷାରେ ବଡିଓ ଜ୍ୟୋତି ଶଙ୍କର ରାୟ, ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ, ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ପ୍ରିୟଦର୍ଶନୀ ରାଉତରାୟ, ଆୟୁଷ ଡାକ୍ତର ବନୋଜକାନ୍ତ କର, ବିଇଓ ସୁବାଷ ଚନ୍ଦ୍ର ଘଡ଼ାଇ, ସିଡିପିଓ ସଲିଲ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ।