ପତାକା ଉତ୍ତୋଳନ କଲେ ଜିଲାପାଳ

ଭଦ୍ରକ,୧୫।୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି l ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନ ଭାରତର ନାଗରିକ ଭାବେ ଦେଶପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ୱ ପାଳନ କରିବାକୁ କହିଥିଲେ।

ଅନ୍ୟତମ ଅତିଥି ଭାବେ ଏସ୍‌ପି ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ  । ଜିଲା ପୋଲିସ, ଏନ୍‌ସିସି, ସ୍କାଉଟ ଓ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ପରେଡ୍‌ରେ ଅଶଂ ଗ୍ରହଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।