ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ

ଦେବଗଡ଼, ୩୦।୪ (ଡି.ଏନ୍‌.ଏ.) ଦେବଗଡ଼ ସହରସ୍ଥିତ କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ। ବାରମ୍ବାର ଉଚ୍ଛେଦ ପାଇଁ ଆସି ବିଭିନ୍ନ ଆଳ ଦେଖାଇ ଫେରିଯାଉଛନ୍ତି। ଶୁକ୍ରବାର ପୁଣି ଉଚ୍ଛେଦ ପାଇଁ ଆସି ଫେରିଯାଇଥିବା ଜଣାପଡ଼ିଛି। ଗତ ମାର୍ଚ୍ଚ ୩ରେ ଉଚ୍ଛେଦ କରିବା ପାଇଁ ଆସିଥିଲେ। କିନ୍ତୁ ଜିଲା ପ୍ରଶାସନ ଲୋକଙ୍କୁ ଭୂୟାଁ ବୁଲାଇ ଜେସିବି ମିଳିଲା ନାହିଁ କହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିଦେଇଥିଲେ। ପୁଣି ୧୮ତାରିଖ ପୋଲିସ, ମାଜିଷ୍ଟ୍ରେଟ, ପୌର ପରିଷଦ ଅଧିକାରୀମାନେ ଉଚ୍ଛେଦ ପାଇଁ ଆସିଥିଲେ। କିନ୍ତୁ ଉଚ୍ଛେଦ କାମ ଅଧାରୁ ଖରା ବାହାନାଦେଖାଇ ପୁଣି ଫେରି ଆସିଥିଲେ। ପୁଣି ଶୁକ୍ରବାର ୨୮ ତାରିଖ ଆସିଥିଲେ। କିନ୍ତୁ ପୌର ନିର୍ବାହୀ ଅଧିକାରୀ ଆସିଲେ ନାହିଁ ବୋଲି ଫେରିଯାଇଥିଲେ। କଣ ପାଇଁ ଏମିତି କରୁଛି ଜିଲା ପ୍ରଶାସନ ତାହା ଏବେ ସନ୍ଦେହ ଘେରରେ। ଜବରଦଖଲକାରୀ ଜିଲା ପ୍ରଶାସନକୁ ଭକୁଆ କରୁଛନ୍ତି ବୋଲି କୁହାଯାଉଛି।
ପ୍ରକାଶ ଯେ, ଷୋହଳ ବଖରି କଟା ଉନ୍ନତିକରଣ କରାଯାଉଛି। ଏଥିପାଇଁ ଏରିଆ ଚିହ୍ନଟ କରାଯାଇଛି। ଏହାର ପାଖାପାଖି ୨ରୁ ଊର୍ଦ୍ଧ୍ୱ ଏକର ଜବରଦଖଲ କରାଯାଇଛି। ଏଥିରେ ଜବରଦଖଲକାରୀ ଘର, ବଗିଚା, ପାଇଖାନା କରି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଜବରଦଖଲକାରୀ ଜାଗା ଛାଡ଼ିବାକୁ ଇଛା ପ୍ରକାଶ କରୁନାହାନ୍ତି। ପ୍ରଶାସନ ତରଫରୁ ଉଚ୍ଛେଦ ପାଇଁ ୩ଥର ଆସି ଫେରିଯିବା ଜନସାଧାରଣଙ୍କ ମନରେ ନାନା ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରା ନ ଯାଏ ତାହା ହେଲେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉକ୍ତ ଷୋହଳ ବଖରି କଟା ଉନ୍ନତିକରଣ ପାଇଁ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ଫଳରେ ସହରବାସୀ ଖୁସି ଥିବାବେଳେ ଉକ୍ତ କଟା କାମଟି ଶେଷ ହୋଇପାରୁନି। କାମଟି ଯେତେ ଶୀଘ୍ର ହେବ ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri