ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନଙ୍କ ତଦନ୍ତକୁ ନେଇ କୌଣସି ସୂଚନା ଦେବାକୁ ଜିଲା ପ୍ରଶାସନ ମନା କରିଛି। ପ୍ରକାରାନ୍ତରେ ପ୍ରଶାସନ ଏଭଳି ଭାବେ ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି। ଫଳରେ ଏହି ଘଟଣାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଚାବି ହଜିବା ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। କମିଶନ ପୁରୀ ଆସି ଘଟଣାର ସବିଶେଷ ତଦନ୍ତ କରିବା ସହ ୨୦୧୮ ନଭେମ୍ବର ୨୮ରେ ୩୨୪ ପୃଷ୍ଠାର ଏକ ରିପୋର୍ଟ ରାଜ୍ୟ ଗୃହ ବିଭାଗକୁ ପ୍ରଦାନ କଲେ। ଏହି ଘଟଣାକୁ ୩ବର୍ଷ ପୂରି ସାରିଥିଲେ ମଧ୍ୟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନ ହେବା କାରଣରୁ ସାର୍ବଜନୀନ ହୋଇପାରୁନାହିଁ। ତେବେ ରିପୋର୍ଟ ପ୍ରସ୍ତୁତି ପୂର୍ବରୁ ପୁରୀରେ କମିଶନଙ୍କ ଯାଞ୍ଚ ପ୍ରକ୍ରିୟାରେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରିଥିଲେ। ସମ୍ପ୍ରତି ସୂଚନା ଅଧିକାର ଆଇନ ବଳରେ ଜିଲା ପ୍ରଶାସନକୁ ଏନେଇ ତଥ୍ୟ ମଗାଯାଇଥିବା ବେଳେ ଏନେଇ କୌଣସି ଉତ୍ତର ରଖାଯାଇନାହିଁ। ଜିଲା ପ୍ରଶାସନ କାହିଁକି ଏନେଇ ମୁହଁ ଖୋଲୁନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ। ସେ କହିଛନ୍ତି, ତଦନ୍ତ କମିଶନଙ୍କୁ ପୁରୀ ଜିଲା ପ୍ରଶାସନ ତରଫରୁ ଯେଉଁ କାଗଜପତ୍ର, ଚିଠି, ରିପୋର୍ଟ ପ୍ରଦାନ କରାଯାଇଛି ତାହାର ନକଲ ଦେବାକୁ ଜିଲା ପ୍ରଶାସନ ନାରାଜ। ଗୋଟିଏ ପଟେ ୨୨ ଲକ୍ଷ ୭୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ବିନିମୟରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ସାର୍ବଜନୀନ ହୋଇପାରୁ ନ ଥିବା ବେଳେ ଅନ୍ୟ ପଟେ ପୁରୀ ଜିଲା ପ୍ରଶାସନ ତଦନ୍ତରେ କେଉଁ କେଉଁ ିତଥ୍ୟ ଯୋଗାଇଛି ସେସମ୍ପର୍କରେ ସୂଚନା ଦେବାକୁ ମନା କରୁଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟତା ଜାଣିବାର ଅଧିକାର ଜଗନ୍ନାଥପ୍ରେମୀଙ୍କର ରହିଛି। ସେ ଆହୁରି କହିଛନ୍ତି, ଜିଲା ରେକର୍ଡ ରୁମ୍‌ରୁ ନକଲି ଚାବି ମିଳିବା କଥା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ମାତ୍ର ନକଲି ଚାବି ମିଳିଥିବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରୁ କୌଣସି ଚିଠି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ଲେଖାଯାଇନାହିଁ। ଅର୍ଥାତ୍‌ ତଦନ୍ତ କମିଶନଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଯାଇ ନ ଥିବା ସନ୍ଦେହକୁ ଆସୁଛି। ଜିଲା ପ୍ରଶାସନ ସମସ୍ତ ଆବଶ୍ୟକ ତଥ୍ୟ ସମ୍ପର୍କରେ ତଦନ୍ତ କମିଶନଙ୍କୁ ଅବଗତ କରାଇଛି ନା କୌଣସି ପ୍ରକାର ଅନିୟମିତତା ହୋଇ ତାହା ଜାଣିବା ପାଇଁ ଜିଲା ପ୍ରଶାସନ ସ୍ପଷ୍ଟ ଭାବେ ସୂଚନା ଦେବା ଦରକାର। ଅନ୍ୟପକ୍ଷରେ ତଦନ୍ତ, ଯାଞ୍ଚ ଓ ରିପୋର୍ଟ ଦାଖଲ ନେଇ କୌଣସି ତଥ୍ୟ ଜିଲା ପ୍ରଶାସନ ପାଖରେ ନାହିଁ ବୋଲି ଜିଲା ସୂଚନା ଅଧିକାରୀ ଗୋପୀନାଥ ମିଶ୍ରଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri