ସହରକୁ ପଶୁଛି ଡ୍ରେନ୍‌ର ମଇଳା ପାଣି

ଭଞ୍ଜନଗର୨୦ା୩(ଡି.ଏନ୍‌.ଏ):ଭଞ୍ଜନଗର ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ବିଭିନ୍ନ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭେଜିପୁଟ ମହାନ୍ତି ସାହି ଛକ ଦେଇ ଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ୍‌ ଆଜକୁ ପ୍ରାୟ ୨ମାସ ହେବ ଫାଟି ରହିଛି। ପାଣି ଛଡ଼ା ଯିବା ସମୟରେ ଫଟା ପାଇପ ବାଟେ ପାଣି ଏଣେତେଣେ ବିଛୁରିତ ହୋଇପଡ଼ୁଛି। ପାଇପ୍‌ ଯେଉଁଠାରେ ଫାଟିଛି ଏନଏସି ସଫେଇ କର୍ମଚାରୀମାନେ ତା’ ଉପରେ ହିଁ ଡ଼୍ରେନରୁ ମଇଳା ବାହାର କରି ପକାଇ ଦେଉଛନ୍ତି। ତୁରନ୍ତ ଉକ୍ତ ମଇଳାକୁ ଟ୍ରାକ୍ଟର ଯୋଗେ ଉଠାଯାଉନଥିବା ଯୋଗୁ ଉକ୍ତ ଫଟା ପାଇପ୍‌ ବାଟେ ସହରକୁ ଦୁଷିତ ପାଣି ପ୍ରବାହିତ ହେଉଥିବା ଆଶଙ୍କା କରାଯାଉଛି । ଏନେଇ ସମ୍ପୃକ୍ତ ସାହିବାସିନ୍ଦା ବାରମ୍ବାର ଏନଏସି ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, କିନ୍ତୁ ଉଭୟ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେଉନାହିଁ । ସେହିଭଳି ଶନିବାର ସକାଳେ ମେଡ଼ିକାଲ ପମ୍ପ୍‌ ହାଉସରୁ ରେଡ଼କ୍ରସ ରୋଡ଼ ଅଞ୍ଚଳବାସୀଙ୍କ ପାଇଁ ଆଉ ଏକ ନୂଆ ଲାଇନରେ ପାଣି ଛଡ଼ାଯାଇଥିଲା। ଏଥିରେ ତ୍ରୁଟି ଥିବା ଯୋଗୁ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ରେଡକ୍ରସ ରୋଡ଼ ଅଞ୍ଚଳକୁ ମଇଳା ପାଣି ଆସିଥିଲା। ମଇଳା ପାଣି ଦେଖି ସହରବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚତ୍ ସୁଧାରିବା ପରେ ସଫା ପାଣି ଆସିଥିଲା। ଦୂଷିତ ପାଣି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ମହାନ୍ତି ସାହି ବାସିନ୍ଦା ପ୍ରେମଜିତ୍‌ ପଟ୍ଟନାୟକ କହିଛନ୍ତି, ପାଇପ୍‌ ମରାମତି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି। କିନ୍ତୁ ଉକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସହରବାସୀଙ୍କ ଜୀବନ ସହ ଖେଳୁଛନ୍ତି ଜନସ୍ବାସ୍ଥ୍ୟ ବିଭାଗ । ସେହିଭଳି ଫଟା ପାଇପ୍‌ ଉପରେ ଡ଼୍ରେନର ମଇଳା ନପକାଇବା ପାଇଁ ଏନଏସି କର୍ମଚାରୀଙ୍କୁ ମଧ୍ୟ ଅନୁରୋଧ କରାଯାଉଛି। କିନ୍ତୁ ସେମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି । ସମସ୍ୟାର ସମାଧାନ ତୁରନ୍ତ ନହେଲେ ବାଧ୍ୟହୋଇ ସାହିବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରେମଜିତ୍‌ କହିଛନ୍ତିା ଜନସ୍ବାସ୍ଥ୍ୟ ବିଭାଗ ସହକାରୀଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ରେଡ଼କ୍ରସ ରୋଡ଼ ବାସିନ୍ଦାଙ୍କୁ ନୂଆ ଲାଇନରେ ପାଣି ଦେବା ବ୍ୟବସ୍ଥା କରାଯାଇଥିଲା। ସେଥିରେ ତ୍ରୁଟି ଥିବା ଯୋଗୁ ଏହି ସମସ୍ୟା ଦେଖା ଦେଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ ତ୍ରୁଟି ସୁଧାରି ଦିଆଯାଇଛି। ମହାନ୍ତିସାହି ଛକର ଫଟା ପାଇପକୁ ମରାମତି ପାଇଁ ପଦକ୍ଷେପ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri