ବିପାଶାଙ୍କୁ ପ୍ରେମିକ ମିଳିବନି ବୋଲି କହିଥିଲେ ନିର୍ଦ୍ଦେଶକ, କାରଣ ଜାଣିଲେ

ବିପାଶା ବସୁ ୨୦୦୧ରେ ‘ଅଜନବି’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ ସୋନିଆ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ର ବିପାଶାଙ୍କୁ ସେପରି ସଫଲତା ମିଳି ନ ଥିଲା ଯେପରି ସେ ଚାହୁଁ ଥିଲେ। ‘ଅଜନବିି’ ପରେ ବିପାଶା ୨୦୦୨ ମସିହାରେ ‘ରାଜ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ବିପାଶା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ବିପାଶାଙ୍କ ସହ ଡିନୋ ମୋରିଆ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଏହି ଫିଲ୍ମ ବିପାଶାଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା।
ଏକ ବିଶେଷ ବାର୍ତ୍ତାଳାପରେ ବିପାଶା କହିଥିଲେ, ଯେ ରାଜ ଫିଲ୍ମର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ତାଙ୍କ ଉପରେ ଅତ୍ୟଧିକ ରାଗିଥିଲେ। ଯେତେବେଳେ ଫିଲ୍ମ ‘ରାଜ’ ରିଲିଜ ହୋଇଥିଲା, ସେତେବେଳେ ଲୋକମାନେ ତାଙ୍କୁ ପସନ୍ଦକରୁ ନ ଥିଲେ। ବିକ୍ରମ ଭଟ୍ଟ ମୋତେ କହିଥିଲେ ଯେ, ‘ରାଜ’ ୩ ରିଲିଜ ହେବା ପୂର୍ବରୁ ବିପାଶା ଶୀଘ୍ର ଏକ ପ୍ରେମିକ ଖୋଜି ଦିଅ। କାରଣ ଏହି ଚଳଚ୍ଚିତ୍ର ପରେ ତୁମକୁ ପ୍ରେମିକ ମିଳିବ ନାହିଁ। ମୁଁ ବିକ୍ରମଙ୍କୁ କହିଲି ଯେ ମୁଁ ନିଶ୍ଚିତ ଭାବେ ଏକ ପ୍ରେମିକ ପାଇବି । ମୁଁ ସବୁବେଳେ ଭିନ୍ନ କିଛି କରିବାକୁ ଚାହେଁ।

Share