ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତରେ ନୁହେଁ,ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରିଥିଲା। ପ୍ରଶଂସକମାନେ ଏହି ଫିଲ୍ମର ଦ୍ୱିତୀୟ ଭାଗ ‘ପୁଷ୍ପା: ଦ ରୁଲ୍‌’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ପ୍ରଥମ ଅପେକ୍ଷା ଦ୍ୱିତୀୟ ଭାଗର ବଜେଟ ଦୁଇ ଗୁଣା ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ନିଜର ଫି’ ବଢାଇଛନ୍ତି। ସୁକୁମାର ନିର୍ମାତାଙ୍କଠାରୁ ପ୍ରାୟ ୪୦ କୋଟି ଟଙ୍କା ଆଦାୟ କରିବାକୁ ଯାଉଛନ୍ତି। ଫିଲ୍ମର ପ୍ରଥମ ଭାଗ ପାଇଁ ନିର୍ଦ୍ଦେଶକ ୧୮ କୋଟି ଟଙ୍କା ନେଇଥିଲେ।
‘ପୁଷ୍ପା’ର ପ୍ରଥମ ଭାଗର ବଜେଟ ପ୍ରାୟ ୨୦୦ କୋଟି ଥିଲା। ଦ୍ୱିତୀୟ ଭାଗ କରିବା ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଅଲୁ ଅର୍ଜନ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହା ହୁଏ, ତେବେ ଏହା ତାଙ୍କର ସର୍ବୋଚ୍ଚ ଫି’ ହେବ।
ପୁଷ୍ପା ଭାଗ ୧ର ବଜେଟ ୨୦୦-୨୫୦ କୋଟି ଥିଲା। ଅଲୁ ଅର୍ଜୁନ ଏଥିପାଇଁ ୩୫ କୋଟି ଟଙ୍କା ନେଇଥିଲେ। ପୁଷ୍ପାଙ୍କର ଦ୍ୱିତୀୟ ଭାଗ ୨୦୨୩ ମସିହାରେ ମୁକ୍ତିଲାଭ କରିବ। ଏହା ଉପରେ କାର୍ଯ୍ୟ ଚାଲିଛି। ଡିସେମ୍ବର ୨୦୨୧ରେ ‘ପୁଷ୍ପା-ଦ ରାଇଜ’ ରିଲିଜ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ମଧ୍ୟ ଡିସେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri