Categories: ଫୁରସତ

ଜଙ୍ଗଲ ରାଜାଙ୍କ ଭିନ୍ନ ରୂପ, ଶିକାର ପରିବର୍ତ୍ତେ କଲେ ଏମିତି, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ସିଂହ ସବୁଠାରୁ ଭୟଙ୍କର ଶିକାରକାରୀ ଭାବରେ ଜଣାଶୁଣା। ମାତ୍ର ଜଙ୍ଗଲ ରାଜାଙ୍କୁ ଯଦି ଭାବପ୍ରବଣ ଏବଂ ସ୍ନେହପୂର୍ଣ୍ଣ ଭାବନାରେ ଦେଖନ୍ତି ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ସିଂହ କିମ୍ବା ସିଂହୀ ସେମାନଙ୍କ ପିଲାମାନଙ୍କ ପ୍ରତି ଯେତେ ଭଲ ପାଆନ୍ତି, ସେମାନଙ୍କର ଶିକାର କିମ୍ବା ଶିକାର ଛୁଆକୁ କେବେ ବି ଭଲପାଆନ୍ତି ନାହିଁ। କଳେ ବଳେ କୌଶଳେ ସେମାନେ ଶିକାର କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସିଂହର ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖାଯାଉଛି। ଏହି ଭିଡିଓରେ ସିଂହ ଏକ ଘୁଷୁରିକୁ ଚାଟୁଥିବାର ନଜର ଆସିଛି।

 

@ Nature1sScary ନାମକ ଏକ ଟୁଇଟର ପେ


ଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଏକ ସିଂହ ଘୁଷୁରି ଛୁଆକୁ ଧରିଛି। ପ୍ରଥମେ ଦେଖିଲେ ଲାଗିବ ସେ ଏହାକୁ ଶିକାର କରିଛି। ମାତ୍ର ଏହାକୁ ଖାଇବା ପରିବର୍ତ୍ତେ ସେ ଘୁଷୁରିକୁ  ସ୍ନେହପୂର୍ଣ୍ଣ ଭାବେ ଚାଟିଚାଲିଛି। ପ୍ରଥମେ ସିଂହଟି ଘୁଷୁରିକୁ ଧରୁଛି। ତା’ପରେ ଘୁଷୁରି ପଳାଇବାକୁ ଚେଷ୍ଟା କରିବା ବେଳେ ସେ ଏହାକୁ ପାଟିରେ ଧରି ଚାଲିଯାଉଛି।

ଭିଡିଓଟକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ଭିଡିଓ ଆରମ୍ଭରୁ ଚିନ୍ତାଜନକ ମନେ ହେଉଥିଲା। ଅନ୍ୟ ଜଣେ କହିଛନ୍ତି, ଘୁଷୁରି ସିଂହ ସହ ଖେଳୁଥିବା ପରି ଦେଖାଯାଉଛି। ସେହିପରି ଆଉ ଜଣେ ମଜାରେ କହିଛନ୍ତି, ପ୍ରଥମେ ମାରିନେଟ୍‌, ତା’ପରେ ଖାଅ। ଅନ୍ୟ ଜଣେ ୟୁଜର କହିଛନ୍ତି, ଲାଗୁଛି ଯେପରି ସିଂହ ଜିଭରେ ରେଜର ଚଳାଉଛି।

Share