Categories: ଜାତୀୟ

ନିର୍ବାଚନ ପୂର୍ବରୁ ବଦଳିଲେ ଡିଜିପି

ଚଣ୍ଡିଗଡ଼,୮ା୧: ପଞ୍ଜାବ ବିଧାନସଭା ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ବଦଳାଇ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲାରେ ପଞ୍ଜାବ ଡିଜିପିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଞ୍ଜାବ ସରକାର ୟୁପିଏସ୍‌ସି ପ୍ୟାନେଲକୁ କିଛି ଆଇପିଏସ୍‌ ଅଫିସରଙ୍କ ନାମ ପଠାଇଥିଲେ।  ଆଇପିଏସ୍‌ଙ୍କ ମଧ୍ୟରୁ ବିକେ ଭାବରାଙ୍କୁ ନୂଆ ଡିଜିପି ଭାବରେ ନିଯୁକ୍ତି ଦିଆଯାଇଛି । ବିକେ ଭାବରା ୧୯୮୭ ବ୍ୟାଚର ଆଇପିଏସ୍‌ ଅଫିସର ଅଟନ୍ତି। ସେ ପଞ୍ଜାବ ଭିଜିଲାନ୍ସ ଚିଫ୍‌ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

Share