ସବୁ ନେତାଙ୍କ ମୁହଁରେ ଯୋଡ଼ାର ବିକାଶ

ଯୋଡ଼ା,୨୨ ।୩(ଡି.ଏନ.ଏ.)

କେନ୍ଦୁଝର ଜିଲା ଯୋଡ଼ା ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଯୋଡ଼ା କେନ୍ଦ୍ରୀୟ ଖେଳ ପଡିଆ ଠାରେ ଗୋଟିଏ ମଞ୍ଚରେ ହେଭିଓ୍ବେଟ ନେତାଙ୍କ ସମାଗମ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଜିତୁ ପଟ୍ଟନାୟକ, ଧନୁର୍ଜୟ ସିଦ୍ଧୁଙ୍କ ସମେତ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣି ମୁର୍ମୁ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବରିଷ୍ଠ ଉପସଭାପତି କୁଶ ଆପଟ୍ଟ, ଜିଲା ବିଜେଡି ମହିଳା ସଭାପତି ରମଣୀ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ଯୋଡ଼ାର ୧୪ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀ ଡ଼ା ଜଗଦୀଶ ପ୍ରସାଦ ସାହୁଙ୍କୁ ଭୋଟ ଦେବା ପାଇଁ ଏକ ନିର୍ବାଚନୀ ସଭା କରାଯାଇଥିଲା। ଦଳରେ କନ୍ଦଳ ନୁହେଁ, ଯୋଡ଼ାର ବିକାଶ ପାଇଁ ସମସ୍ତେ ଏକାଠି ବୋଲି ସବୁ ନେତାମାନେ ନିଜର ମତ ବ୍ୟକ୍ତ କରିଥିଲେ। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ କହିଥିଲେ ଯେ, ସେ ପୌରାଧ୍ୟକ୍ଷ ଥିଲାବେଳେ ଅନେକ ଜନ କଲ୍ୟାଣ କାର୍ଯ୍ୟକୁ ପରବର୍ତ୍ତୀ ସମୟରେ ପୌରଧ୍ୟକ୍ଷ ଥିବା ନେତା ମାନେ ବନ୍ଦ କରି ଦେଇଥଲେ। ଜଗଦୀଶ ସାହୁ ନିର୍ବାଚିତ ହେଲେ ବକେୟା ବିକାଶ କାର୍ଯ୍ୟକୁ ପୁରା କରାଯିବ। ସନାତନ ମହାକୁଡ଼ କହିଥିଲେ ଯେ, ଅତୀତରେ ଯୋଡ଼ା ଅଞ୍ଚଳରେ ବିଭିନ୍ନ ଖଣିରେ ଜନଶୁଣାଣି ହେଉଥିବା ବେଳେ କେତେକ ତଥାକଥିତ ନେତା ଖଣି କମ୍ପାନୀ ସହିତ ସାଲିସ କରି ନିଜର ଫାଇଦା ହାସଲ କରୁଥିଲେ। ଫଳରେ ନିଯୁକ୍ତିରୁ ୧୪ଟି ୱାର୍ଡରେ ଥିବା ଶିକ୍ଷିତ ଯୁବତୀଯୁବକ ବଞ୍ଚିତ ହେଉଛନ୍ତି। ସହରର ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି। ଏଥିରେ ନିଶ୍ଚୟ ସୁଧାର ଅଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ଦାରା ହିଁ ବିକାଶ ସମ୍ଭବ ବୋଲି କୁଶ ଆପଟ୍ଟ କହିଛନ୍ତି। ଏମ୍‌ପି ମୁର୍ମୁ କହିଥିଲେ ଯେ, ସାରା ଭାରତ ବର୍ଷରେ ବିଜେଡି ଶାସନକୁ ଅନ୍ୟ ରାଜ୍ୟ ମାନେ ଏକ ଆଦର୍ଶ ଭାବେ ଗ୍ରହଣ କରୁଛନ୍ତି। ଏଣୁ ଯୋଡ଼ାର ସାମୁହିକ ବିକାଶ ପାଇଁ ବିଜେଡି ଦଳକୁ ସମସ୍ତ ନେତା ଭୋଟ ଦେବା ପାଇଁ ଆହ୍ବାନ କରିଥିଲେ। ଅଧ୍ୟକ୍ଷ ପ୍ରାର୍ଥୀ ଡ଼ା ସାହୁ କହିଥିଲେ ଯେ, ସରକାରୀ ଡାକ୍ତର ଭାବେ ଦରମା ପାଇଁ ରୋଗୀ ସେବା କରୁଥିଲି। ସେବା ନିବୃତ୍ତ ହେବା ପରେ ନିଃସ୍ବାର୍ଥ ହୋଇ ଜନ ସେବା କରିବି। ଉକ୍ତ ସଭାରେ ପ୍ରାୟ ୧୦ହଜାରରୁ ଉଦ୍ଧର୍‌ବ ଲୋକଙ୍କର ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri