ପୁଣି ଝୁଲିରହିଲା ସୌନ୍ଦର୍ଯ୍ୟକରଣ କାମ

ଯାଜପୁର ଅଫିସ,୧୫ା୧୨: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମ ପୁଣି ଝୁଲିରହିଛି। ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ସ୍ଥଗିତାଦେଶ ବିରୋଧରେ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ(ଏମ୍‌ଇଏଫ୍‌ଓ), ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ) ଏବଂ ସଂପୃକ୍ତ ଠିକାସଂସ୍ଥା ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ(ଏନ୍‌ବିସିସି) ନିର୍ଦ୍ଧାରିତ ସମୟରେ ସତ୍ୟପାଠ ଦାଖଲ କରି ପାରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହିକ୍ରମରେ ବୁଧବାର ଏନ୍‌ଜିଟି ପକ୍ଷରୁ ସ୍ଥଗିତାଦେଶକୁ ବଳବତ୍ତର ରଖିବା ସହ ଆସନ୍ତା ଜାନୁୟାରୀ ୨୪କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଇତିମଧ୍ୟରେ ଉପରୋକ୍ତ ସଂସ୍ଥାଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଜିଟିର ସ୍ଥଗିତାଦେଶ ରାୟକୁ ଚାଲେଞ୍ଜ କରି ସତ୍ୟପାଠ ଦାଖଲ କରିବାରେ ପ୍ରଶାସନିକ କଳର ଏଭଳି ଅବହେଳା କାରଣରୁ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ବିକାଶ କାମ ଅଗ୍ରଗତି ଅନିଶ୍ଚିତତାରେ ଗତି କରୁଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଜଙ୍ଗଲ ଜମି ସଂକ୍ରାନ୍ତରେ ଆବଶ୍ୟକ ତଥ୍ୟ ପ୍ରମାଣ ନ ଥିବାରୁ ପ୍ରଶାସନ ଏଭଳି ପଛଘୁଞ୍ଚା ଦେଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଏନ୍‌ଜିଟିର ସ୍ଥଗିତାଦେଶ ସତ୍ତ୍ବେ କେତେକ ସ୍ଥାନରେ କିଭଳି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏନ୍‌ଜିଟି ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡରେ ଆବେଦନକାରୀ ଦିଲୀପ କୁମାର ସାମନ୍ତରାୟ କରିଥିବା ଅଭିଯୋଗ ଅନୁଯାୟୀ, ବ୍ୟାସ ସରୋବର ପ୍ରକଳ୍ପରେ ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନମ୍ବର ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନମ୍ବର ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ଜମି ବା ୱେଟଲ୍ୟାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାମ, ପାର୍କିଂ, ଗେଟ କମ୍ଫ୍ଲେକ୍ସ, ଓଭରହେଡ ଟାଙ୍କି, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟରେ ପ୍ରାୟ ୨୦ ହଜାର ବର୍ଗମିଟର ଅଞ୍ଚଳରେ ହେଉଛି। ଏଥିପାଇଁ ପରିବେଶ ମଞ୍ଜୁରୀର ଆବଶ୍ୟକ ରହିଥିବାବେଳେ ତାହା ପାଳନ କରାଯାଇ ନାହିଁ। ଏହି ଅଭିଯୋଗ ଉପରେ ଏନଜିଟି ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯାଜପୁର ଜିଲାପାଳ ୧୭ା୮ା୨୦୨୨ରେ ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଉକ୍ତ ପ୍ରକଳ୍ପ କାମ ହେଉଛି। ପାଥୱେ, କମ୍ୟୁନିଟି ସେଣ୍ଟର, ରାସ୍ତା ଆଦି କାମ ପାଇଁ ଡିଏଫ୍‌ଓଙ୍କ ଅନୁମତି ନିଆଯାଇଛି। ତେଣୁ ଜଙ୍ଗଲ ସୁରକ୍ଷା ଆଇନର କୌଣସି ଉଲ୍ଲଂଘନ ଏଥିରେ ହୋଇନାହିଁ। ଅଭିଯୋଗ ଅନୁସାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟରେ ପ୍ରାକୃତିକ ଜମି ବ୍ୟବହାରରେ କୌଣସି କ୍ଷତି କରାଯାଉ ନାହିଁ। ତେଣୁ ଏଥିରେ ସରକାରୀ ଅର୍ଥ ଅପଚୟ ହେଉନାହିଁ। କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ଏହି ପ୍ରକଳ୍ପ ଅନୁମତିପ୍ରାପ୍ତ । ଏହି ପ୍ରକଳ୍ପ କାର୍ଯ୍ୟରେ ଗୋଟିଏ ବି ଗଛ କଟା ଯାଇନାହିଁ ବୋଲି ଜିଲାପାଳ ଦର୍ଶାଇଥିଲେ। ତେବେ ଜୁଲାଇରୁ ଏହି ମାମଲା ଗଡି ଗଡି ଚାଲିଥିବାରୁ ବ୍ୟାସନଗର ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri