ଠିକାଦାର ଶ୍ରମ ଆଇନ ମାନିନାହାନ୍ତି

ଜଗତ୍‌ସିଂହପୁର ଅଫିସ,୩୦ା୩: ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ଜମିରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ବିଲ୍ଡିଂ ପାର୍ଶ୍ୱରେ ବନ୍ଧା ଯାଇଥିବା ବାଉଁଶଭାରା ଭୁଶୁଡ଼ି ପଡ଼ିବାରୁ େସେଠାରେ କାମ କରୁଥିବା ପଶ୍ଚିମବଙ୍ଗର ୩ ଶ୍ରମିକ ତଳେ ପଡ଼ି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ ସ୍ଥାନାନ୍ତର ହୋଇ ପରେ ଅବସ୍ଥାରେ ସୁଧାର ଆସିବାରୁ ପୁଣି ଷ୍ଟାଡିୟମସ୍ଥଳକୁ ଫେରିଆସିଛନ୍ତି। ତେବେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷକରି ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତଥ୍ୟ ନେବାରୁ ଜଣାପଡ଼ିଥିଲା, ସମ୍ପୃକ୍ତ ଠିକାଦାର କୌଣସି ଶ୍ରମ ଆଇନ ପାଳନ କରିନାହାନ୍ତି, ଯାହାକୁ ନେଇ ପ୍ରଭାଗ ଶ୍ରମ ଆୟୁକ୍ତ(ଡିଏଲ୍‌ସି)ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଡିଏଲ୍‌ସି କ୍ଷେତ୍ର ପରିଦର୍ଶନ କରି କାମ କରୁଥିବା ସ୍ପେଶାଲ କ୍ଲାସ୍‌ କଣ୍ଟ୍ରାକ୍ଟର ତଥା ନବରଙ୍ଗପୁର ଅଞ୍ଚଳର ରଜତ ମହାପାତ୍ରଙ୍କୁ ନୋଟିସ୍‌ କରି ୭ ଦିନ ମହଲତ ଦେଇଛନ୍ତି। ଏହା ଭିତରେ ପଞ୍ଜୀକରଣ, ଲାଇସେନ୍ସ, ସେସ୍‌ ଆଦି ପୈଠ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ନୋଟିସ୍‌ରେ ଉଲ୍ଲେଖ ଅଛି, ଦୁର୍ଘଟଣା ସମ୍ପର୍କିତ ଖବରକୁ ଭିତ୍ତିକରି ଶ୍ରମ ବିଭାଗ କର୍ମଚାରୀମାନଙ୍କ ସହ ସେ ଦୁର୍ଘଟଣାସ୍ଥଳ ଅନୁଧ୍ୟାନରେ ଯାଇଥିଲେ। ସେଠାରେ ଯାଇ ଦେଖିଲେ ଯେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆଇନ ପାଳନ କରାଯାଉନାହିଁ। ବଡ଼କଥା ହେଲା, ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ। କାମ ଆରମ୍ଭ ପୂର୍ବରୁ ଶ୍ରମ ବିଭାଗକୁ ଅବଗତ କରାଯାଇନାହିଁ। ଆଇନ ଅନୁଯାୟୀ ନିର୍ମାଣ ପୂର୍ବରୁ ଭିତ୍ତିଭୂମି ଆଦିକୁ ନେଇ ପଞ୍ଜୀକରଣ କରିବା କଥା, ଯାହା ହୋଇନାହିଁ। ନିର୍ମାଣରେ ହେବାକୁଥିବା ବ୍ୟୟ ଉପରେ ସେସ୍‌ ଦେବା ବାଧ୍ୟତାମୂଳକ। ଏ ନେଇ ଆବଶ୍ୟକ ଫର୍ମ-୧ରେ ଆବେଦନ କରାଯାଇନାହିଁ। ଶ୍ରମିକ ନିୟୋଜନ ପୂର୍ବରୁ ଠିକା ଶ୍ରମିକ ଆଇନ(ଆର୍‌ ଆଣ୍ଡ ଏ)୧୯୭୦ର ଅନୁପାଳନ ହୋଇନାହିଁ। ଅର୍ଥାତ୍‌ ଏହି ଅନୁଯାୟୀ ଲାଇସେନ୍ସ କରିବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା କରାଯାଇନାହିଁ। ଅନୁଧ୍ୟାନ ସମୟରେ ୨୦ରୁ ଅଧିକ ଆନ୍ତଃରାଜ୍ୟ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ବିନା ଲାଇସେନ୍ସରେ ଏଭଳି ଚାଲିଥିବାରୁ ଡିଏଲ୍‌ସି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାରଙ୍କୁ ନୋଟିସ୍‌ କରିଛନ୍ତି।
ଆହତ ଶ୍ରମିକ ତଥା କୋଲ୍‌କାତା ମୁର୍ଶିଦାବାଦ୍‌ର ମାଣିଜୁର ଖାନ୍‌ କହିଛନ୍ତି, ପାଖାପାଖି ମାସେହେବ ସେମାନେ ଆସି ଇନ୍‌ଡୋର ଷ୍ଟାଡିୟମ କାମ କରୁଛନ୍ତି। ଗତ ୨୭ ତାରିଖରେ ନିଜ ଗଁାର ଲୁସୁ ସେକ୍‌, ଆରିଫ ସେକ୍‌ ଓ ସେ ମିଶି ବାଉଁଶଭାରା ଉପରେ ଚଢ଼ି ଉପର ଭାଗ ଖୋଲୁଥିଲେ। ହଠାତ୍‌ ଭାରା ଧସିପଡ଼ିଥିଲା। ଫଳରେ ୩ ଜଣଯାକ ତଳେପଡ଼ି ଆହତ ହୋଇଥିଲେ। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଖରାପ ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଯୋଗୁ ତାଙ୍କ ଡାହାଣ ଗୋଡ଼ ଗୋଇଠି ଓ ପାଦ ଅଧିକ ଆଘାତ ପାଇଛି। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ପୁଣି ରହୁଥିବା ଷ୍ଟାଡିୟମ ପରିସରକୁ ଫେରିଛନ୍ତି। ଅନ୍ୟମାନେ ଭଲ ସ୍ଥିତିରେ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସୌଭାଗ୍ୟବଶତଃ ଦୁର୍ଘଟଣାରେ ଶ୍ରମିକ ୩ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଯଦି ସେଭଳି କିଛି ଅଘଟଣ ଘଟିଥାନ୍ତା ତେବେ ସେମାନଙ୍କୁ କିଏ ନ୍ୟାୟ ଦେଇଥାନ୍ତା। କିନ୍ତୁ ସେମାନଙ୍କୁ ଅସୁରକ୍ଷିତ ଭାବେ କାମ କରାଇବା ଆଇନତଃ ଦଣ୍ଡନୀୟ ଅପରାଧ। ତେଣୁ ଠିକାଦାର ମାନବୀୟ ମୂଲ୍ୟବୋଧକୁ ଭିତ୍ତିକରି ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri