ଡିଇପିଏମ୍‌ ରେଟ୍‌ ସିଷ୍ଟମ ଜାରି ରହିବ; ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ(ଡିଇପିଏମ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ପୂର୍ବଭଳି ଜାରି ରହିବ। ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରକୁ ଏ ନେଇ ଏକ ଭର୍ଚୁଆଲ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଗଭର୍ନମେଣ୍ଟ ଇ-ନାମ(ଜିଇଏମ୍‌) ଢାଞ୍ଚାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଠାରୁ ସାମଗ୍ରୀ କ୍ରୟ କରିବା ନେଇ ସରକାର ଯୋଜନା ରଖିଥିଲେ। ଏହାକୁ ଶିଳ୍ପଜଗତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହି ଯୋଜନା ବିରୋଧରେ କ୍ଷୁଦ୍ର ଶିଳ୍ପଗୁଡିକର ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଦିଆଯିବା ନେଇ ଚେତାବନୀ ଦିଆଯାଇଥିଲା। ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡିକର ସ୍ବାର୍ଥକୁ ଧ୍ୟାନରେ ରଖି ପୂର୍ବଭଳି ଡିଇପିଏମ୍‌ ରେଟ୍‌ ସିଷ୍ଟମ ଲାଗୁ କରିବା ସହ ଅନ୍ୟ ସମସ୍ୟା ଉପରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ଶିଳ୍ପଗୁଡିକ ବିଭିନ୍ନ ଦାବି ରଖିଥିଲେ। ଡିଇପିଏମ୍‌ ରେଟ୍‌ ସିଷ୍ଟମ ପୂର୍ବଭଳି ବଜାୟ ରହିବାକୁ ଥିବାରୁ ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ଆଶ୍ୱସ୍ତି ବୋଲି କୁହାଯାଉଛି।
ସରକାରଙ୍କ ଏଭଳି ନିଷ୍ପତ୍ତିକୁ କ୍ଷୁଦ୍ରଶିଳ୍ପ ପକ୍ଷରୁ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ସଂଘଗୁଡିକ ପକ୍ଷରୁ ମିଳିତ ପ୍ରେସ୍‌ ବିବୃତିରେ କୁହାଯାଇଛି, ନିଷ୍ପତ୍ତି ଦ୍ୱାରା ରାଜ୍ୟର ୧୦୦୦ରୁ ଊର୍ଦ୍ଧ୍ୱ ଏମ୍‌ଏସ୍‌ଏମ୍‌ଇକୁ ବନ୍ଦ ହେବାରୁ ରକ୍ଷା କରାଯାଇପାରିଛି। ସେହିଭଳି ୧ ଲକ୍ଷ ନିଯୁକ୍ତି ରକ୍ଷା ଦିଗରେ ଏହା ସହାୟକ ହେବ। ଭର୍ଚୁଆଲ ବୈଠକରେ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କ୍ଷୁଦ୍ରଶିଳ୍ପ ସଂଘଗୁଡିକ ବିଭିନ୍ନ ଦାବିରେ ୨୧ ନଭେମ୍ବରଠାରୁ ଧାରଣା ଦେଇଥାନ୍ତେ। ମାତ୍ର ରାଜ୍ୟ ସରକାର ଦାବିକୁ ମାନି ନେଇ ଥିବାରୁ ଧାରଣା ପ୍ରତ୍ୟାହାର କରାଯାଇଥିବା କ୍ଷୁଦ୍ର ଶିଳ୍ପ ସଂଘ ଓସିଆ ସଭାପତି ସ୍ମରଜିତ ମହାନ୍ତି, ଓୟେଆ ସଭାପତି ମିହିର କାନୁନ୍‌ଗୋ, ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ ଏବଂ ୟୁପିଏମ୍‌ଏ ସଭାପତି ଭାଗୀରଥି ନନ୍ଦ ମିଳିତ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri