ରିଲାଏନ୍ସ ଫ୍ୟୁଚର ଡିଲ୍‌କୁ ସିସିଆଇ ମଞ୍ଜୁରୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ଡିଲ୍‌କୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିବିଆଇ) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ଡିଲ୍‌କୁ ବାତିଲ କରିବା ଲାଗି ଆମାଜନ ଆପତ୍ତି ଉଠାଇ ଆସିଥିଲା। ବିଭିନ୍ନ ନିୟମକୁ ଫ୍ୟୁଚର ଗ୍ରୁପ୍‌ ଅବମାନନା କରିଛି ବୋଲି ଆମାଜନ ଅଭିଯୋଗରେ କହିଥିଲା। ଏଭଳି ଅଭିଯୋଗ ସତ୍ତ୍ୱେ ମଧ୍ୟ ସିସିଆଇ ଡିଲ୍‌କୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏହା ଉଭୟ ଫ୍ୟୁଚର ଗ୍ରୁପ୍‌ ଏବଂ ଆମାଜନ ଲାଗି ଆଶ୍ୱସ୍ତି ବୋଲି କୁହାଯାଉଛି। ପୂର୍ବରୁ ଫ୍ୟୁଚର ଗ୍ରୁପ୍‌ରେ ଆମାଜନ ନିବେଶ କରିଛି। ମାତ୍ର ଫ୍ୟୁଚର ଗ୍ରୁପ୍‌ ଏହାର ରିଟେଲ କାରବାର ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ବିକ୍ରି କରିବା ପାଇଁ ଚୁକ୍ତିରେ ସାମିଲ ହେବା ପରେ ଆମାଜନ ଆପତ୍ତି ଉଠାଇଥିଲା। ଫ୍ୟୁଚର ଗ୍ରୁପ୍‌ର ଏକ ହୋଲ୍ଡିଂ କମ୍ପାନୀରେ ଆମାଜନ ନିବେଶ କରିଛି। ରିଲାଏନ୍ସ ଏବଂ ଫ୍ୟୁଚର ଡିଲ୍‌ ଆଇନ ଅବମାନନା କରୁଥିବା ଦର୍ଶାଇ ଆମାଜନ ସିସିଆଇ ଏବଂ ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ନିକଟରେ ଦ୍ୱାରସ୍ଥ ହୋଇଥିଲା। ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସିସିଆଇ ପ୍ରସ୍ତାବିତ ଡିଲ୍‌କୁ ସବୁଜ ସଙ୍କେତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଏଲ ଇଷ୍ଟେଟ ଲାଗି ପ୍ୟାକେଜ ଘୋଷଣା: ଫ୍ଲାଟ କ୍ରେତାଙ୍କ ସ୍ବପ୍ନ ହେବ ପୂରଣ

ନୂଆଦିଲ୍ଲୀ,୧୫-୯: ଦେଶର ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ରିଏଲ ଇଷ୍ଟେଟ ସେକ୍ଟରରେ ପଡିଛି। ଏହି ସେକ୍ଟର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପ୍ୟାକେଜ...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଅନ୍ତରୀଣ ବଜେଟରେ ୯୦,୦୦୦ କୋଟି...

କର୍ପୋରେଟ ଟିକସ ହ୍ରାସକୁ ଆଇଏମ୍‌ଏଫ୍‌ର ସମର୍ଥନ

ଓ୍ବାଶିଂଟନ,୨୦-୧୦: ଘରୋଇ ବଜାର ଲାଗି କର୍ପୋରେଟ ଟିକସ ହ୍ରାସ ଦିଗରେ ଭାରତ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ସମର୍ଥନ...

ବିଜ୍‌ନେସ୍‌ମ୍ୟାନ୍‌ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ...

ରାଜ୍ୟଗୁଡ଼ିକୁ ମିଳିଲା ୬,୧୯୫ କୋଟି

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସରକାର ବୁଧବାର ରାଜ୍ୟଗୁଡିକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ ବାଦ୍‌ ରାଜସ୍ବ କ୍ଷତି ଅନୁଦାନ ବାବଦରେ...

୧୬ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ,୧୪-୧୧: ଚଳିତ ବର୍ଷର ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୪.୬୨%...

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ...

ପାନାସୋନିକର ଡ୍ରିମ୍‌ ମୋର ସେଲିବ୍ରେଟ ମୋର୍‌

ଭୁବନେଶ୍ୱର,୬-୧୦: ପାର୍ବଣ ଉପଲକ୍ଷେ ପାନାସୋନିକ ପକ୍ଷରୁ ଡ୍ରିମ ମୋର ସେଲିବ୍ରେଟ ମୋର ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ପାନାସୋନିକ ପ୍ରଡକ୍ଟ କ୍ରୟରେ ଆବର୍ଷଣୀୟ...


Coronavirus Update

Archives

Model This Week

Why Dharitri