Categories: ଜାତୀୟ

୩ ମାସ ପର୍ଯ୍ୟନ୍ତ କୌଣସି ମହିଳା ଗର୍ଭଧାରଣ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କାରଣ ଜାଣିଲେ…

ପୁଣେ,୧୪ା୮: ମହାରାଷ୍ଟ୍ରର ପୁଣେ ଜିଲାର ବେଲ୍‌ସର ଗାଁରେ କୌଣସି ମହିଳା ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ନ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। କାରଣ ବେଲ୍‌ସରରେ ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ପ୍ରଶାସନ ଏପରି ନିୟମ ଲାଗୁ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଗାଁର ମହିଳାମାନଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ନ କରିବା ପାଇଁ ଅନୁରୋଧ କରାଯାଇଛି। ଏଥିପାଇଁ ଗ୍ରାମପଞ୍ଚାୟତ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଗର୍ଭନିରୋଧକ ବଣ୍ଟନ କରାଯାଉଛି।

ଜିକା ଭାଇରସ ମଶା ଯୋଗୁ ବ୍ୟାପିଥାଏ। ତେଣୁ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଜିକା ଭାଇରସ ବହୁତ କ୍ଷତିକାରକ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜିକା ଭାଇରସ ଶିଶୁର ମସ୍ତିଷ୍କ ବିକାଶ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ। ଖାଲି ଏତିକି ନୁହେଁ ସମୟ ପୂର୍ବରୁ ସନ୍ତାନ ପ୍ରସବ ମଧ୍ୟ ହୋଇଯାଇଥାଏ। ତେଣୁ ଏଥିରେ ଅଧିକ ସାବଧାନତା ଜରୁରୀ।

Share