ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବାବେଳେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଗ୍ରାମର କିଶୋରିକାନ୍ତ ରାଉତଙ୍କ ବାଡ଼ିରେ ମୂର୍ତ୍ତିଟିକୁ ରଖାଯାଇଛି। ଖବରପାଇ ଐତିହ୍ୟ ଗବେଷକ ତଥା ଇନ୍‌ଟାକ ସଦସ୍ୟ ଦୀପକ କୁମାର ନାୟକ ଓ ଯୁବ-ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁ ଅଚ୍ୟୁତପୁର ଗ୍ରାମରେ ପହଞ୍ଚତ୍ ମୂର୍ତ୍ତିଟିକୁ ଆଦିମୂର୍ତ୍ତି ବାସୁଦେବଙ୍କ ପ୍ରତିମା ରୂପେ ଚିହ୍ନଟ କରିଥିଲେ। ମୂର୍ତ୍ତିଟିର ଉଚ୍ଚତା ପ୍ରାୟ ସାଢ଼େ ୪ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୮ରୁ ୧୦ କୁଇଣ୍ଟାଲ ହେବ। ତେବେ ଏହି ବିଗ୍ରହଟିର ସ୍ଥାୟୀ ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ ପକ୍ଷରୁ ଦାବି କରାଯାଇଛି।
ନେଇ ଇନ୍‌ଟାକ ସଦସ୍ୟ ନାୟକ କହିଛନ୍ତି, ଏ ପ୍ରକାର ବିଷ୍ଣୁ ପ୍ରତିମାର ନିର୍ମାଣ କାଳ ଅତି ପ୍ରାଚୀନ ସମୟର। ଆଦିମୂର୍ତ୍ତି ବିଷ୍ଣୁ ପ୍ରତିମାଗୁଡିକରେ ଭଗବାନ ବିଷ୍ଣୁଙ୍କର ୪ଟି ହସ୍ତ ନିମ୍ନଗାମୀ ଅବସ୍ଥାରେ ରହିଥାନ୍ତି। ମୂର୍ତ୍ତିରେ ବାହନ ଗରୁଡ଼ ଅନୁପସ୍ଥିତ ଥାନ୍ତି, କିନ୍ତୁ ଆୟୁଧ ପୁରୁଷ ଓ ନାରୀଙ୍କ ଉପସ୍ଥିତି ଥାଏ। ଏଠାରୁ ଉଦ୍ଧାର ହୋଇଥିବା ଏହି ଆଦିମୂର୍ତ୍ତି ବିଷ୍ଣୁ ପଛ ଦକ୍ଷିଣ ହସ୍ତରେ ଗଦା ନାରୀ ଓ ପଛ ବାମ ହସ୍ତରେ ଚକ୍ର ପୁରୁଷଙ୍କୁ ଧାରଣ କରିଛନ୍ତି। ଆଗ ଦକ୍ଷିଣ ହସ୍ତରେ ଏକ ଜପାମାଳ ଧରିଥିବା ବେଳେ ବାମ ହସ୍ତଟି ଭାଙ୍ଗିଯାଇଛି। ଏ ପ୍ରକାର ମୂର୍ତ୍ତି ପ୍ରାୟ ଅଷ୍ଟମ ଶତାବ୍ଦୀ କିମ୍ବା ତା’ଠାରୁ ଆହୁରି ପୁରାତନ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁଙ୍କ ମତରେ ଯାଜପୁର ଜିଲାର ସିଦ୍ଧେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ବର ମନ୍ଦିର ଓ ପୁରୀ ଜିଲାର ଏକ ଗ୍ରାମରେ ଏଭଳି ଆଦି ବିଷ୍ଣୁ ପ୍ରତିମା ଦେଖାଯାଏ। ଇନଟାକର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଯେଉଁ ସ୍ଥାନରୁ ଏହି ମୂର୍ତ୍ତି ପ୍ରାପ୍ତ ହୋଇଛି, ସେ ସ୍ଥାନରେ ପ୍ରାଚୀନ କାଳରେ ଉଭୟ ବୌଦ୍ଧ ଓ ବ୍ରାହ୍ମଣ ଧର୍ମର ପ୍ରଭାବ ଥିଲା। କାଇମା, ଉଦୟଗିରି, ସିଂହପୁର, ବିରଜା କ୍ଷେତ୍ର ଆଦି ପ୍ରାଚୀନ ଐତିହାସିକ ସ୍ଥାନରୁ ଏପରି ବିଗ୍ରହ ପ୍ରାପ୍ତି ହେବା ନୂଆ କଥା ନୁହେଁ। ଅତୀତରେ ଯାଜପୁର ଅଞ୍ଚଳରେ ଘଟିଥିବା ଅନେକ ଆକ୍ରମଣ ସମୟରେ ସ୍ଥାନୀୟ ଅଧିବାସୀ ଓ ସେବାୟତ ବିଗ୍ରହକୁ ପାଣି ମଧ୍ୟରେ ଲୁଚାଇ ରଖୁଥିଲେ। ହୁଏତ ଅଚ୍ୟୁତପୁରରେ ମଧ୍ୟ କୌଣସି ପ୍ରାଚୀନ ଦେବାଳୟ ଥାଇପାରେ, ଯାହାର ବିଗ୍ରହକୁ ଏପରି କିଛି ବିପଦ ଭୟରେ ପାଣି ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ପୁରାତନ ବିଗ୍ରହର ସଂରକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ କରୁ ବୋଲି ଇନ୍‌ଟାକ କହିଛି। ଗ୍ରାମବାସୀ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri