ବିଭାଗ ନୀରବ, ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର

ଦଶମନ୍ତପୁର, ୨୩ା୧ ( ଡି.ଏନ୍‌.ଏ. ) ଆରମ୍ଭରୁ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ଠିକାଦାର। ସରକାରୀ ନିୟମ ଅନୁସାରେ କାମ କରିବାକୁ କହିଲେ ଶୁଣୁନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ। ସୂଚନା ମୁତାବକ ଏହି ରାସ୍ତାର ଦୂରତା ୭ କି.ମି. ରହିଛି। ବାଣୁଆଗୁଡ଼ାଗାଁ , ପିଡବ୍ଲ୍ୟୁଡି ରାସ୍ତା ଛକଠାରୁ ମୁଣ୍ଡାଝଲା ଗାଁ ଛକ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଛି। ଏଥିରେ ମଧ୍ୟ ଏକ ବଡ ଘାଟି ଓ ଏକ ନାଳ ରହିଛି। ଘାଟି ରାସ୍ତାକୁ ମାଟି କାଟି ସମତଳ କରିବା ବଦଳରେ ପୂର୍ବ ଭଳି ଠିକାଦାର ଛାଡ଼ି ଦେଇଛନ୍ତି। ଏହି ରାସ୍ତା ଉପରେ ଗାଦିଖାଲ, ଡୁଡି଼ଝୋଲା, ବାଣୁଆଗୁଡା ଏବଂ ମୁଣ୍ଡାଝୋଲା ଗ୍ରାମବାସୀ ନିର୍ଭର କରନ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗୁରୁତର ରୋଗୀ ଭାରରେ ବୁହାହୋଇ ଡାକ୍ତରଖାନା ଯାଆନ୍ତି। ରାସ୍ତାକୁ ପକ୍କାରାସ୍ତା କରିବା ଲାଗି ବହୁ ବାର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ। ପ୍ରଶାସନ ପକ୍ଷରୁ ପକ୍କାରାସ୍ତା ନିର୍ମାଣ ନେଇ ପ୍ରସ୍ତାବ ଗୃହୀତ ହେବା ପରେ ସରକାର ୭ କି.ମି. ରାସ୍ତା ପାଇଁ ୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ରାସ୍ତା କାର୍ଯ୍ୟ ତଦାରଖ ଦାୟିତ୍ୱରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଥିବାବେଳେ ସେମିଳିଗୁଡ଼ା ଅଞ୍ଚଳର ଜଣେ ଠିକାଦାର ନିର୍ମାଣ ଦାୟିତ୍ୱ ନେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅବହେଳା ଯୋଗୁ ରାସ୍ତା କଡ଼ରେ ନାମଫଳକ ଲାଗିଛି ସତ,କିନ୍ତୁ ସେଥିରେ କୌଣସି ସୂଚ଼ନା ନାହିଁ। ଠିକାଦାର ନିମ୍ନମାନର କାଦୁଅ ବାଲି ଆଣି ରାସ୍ତା କାର୍ଯ୍ୟ କରୁଛନ୍ତି। ଏହାକୁ ବିରୋଧ କଲେ ଆମ କଥା କେହି ଶୁଣୁନାହାନ୍ତି ବୋଲି କହନ୍ତି ଗାଁର ଅରୁଣ କନ୍ଦପାନ, ନର୍ସି ହୁଇକା, ଅଭି ନାଗ, ଆଶାନନ୍ଦ ଭତ୍ରା, ସୁନୀଲ ବେନ୍ୟା। ସେହିପରି କୋଟ୍ରା ଘାଟିରେ ଘାଟ କଟିଂ କରିବାକୁ କହିଲେ ତାଙ୍କ ମନଇଚ୍ଛା କାମ କରୁଛନ୍ତି। ପ୍ରଥମେ ମେଟାଲ ବିଛାଇ ମୋରମ ମାଟି ପକାଇବା ପରିବର୍ତ୍ତେ ମାଟି ପକାଯାଉଛି। ଭଲ ଭାବେ ପାଣି ଦେଉ ନ ଥିବାରୁ ମେଟାଲଗୁଡ଼ିକ ଉଠିବା ଆରମ୍ଭ ହେଲାଣି। କେବଳ ସେତିକି ନୁହେଁ , ଗାଁ ନିକଟସ୍ଥ ଏକ ନାଳରେ ହେଉଥିବା ପୋଲ ନିର୍ମାଣରେ ମଧ୍ୟ ନିମ୍ନମାନର କାମ ହେଉଛି। କାମ କରୁଥିବା ସୁପର ଭାଇଜରଙ୍କୁ କହିଲେ ସେ କିଛି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଆର୍‌.ବି.ଆର୍‌. ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri