ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ବସିଲାଣି। ଗତ ଜାନୁୁଆରୀରୁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସହରରୁ ୨୩୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ସାରିଲେଣି। ଗୋଟିଏ ପଟେ କରୋନା ମହାମାରୀ ପାଇଁ ଲୋକେ ଭୟଭୀତ ଥିବାବେଳେ ଏବେ ଡେଙ୍ଗୁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ବିଶେଷକରି ନୀଳାଦ୍ରିବିହାର, କଳ୍ପନା, ଶୈଳଶ୍ରୀ ବିହାର, ଚିନ୍ତାମଣିଶ୍ୱର, ସାଲିଆସାହି ଅଞ୍ଚଳ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହେଲାଣି। ସହରରେ ଡେଙ୍ଗୁ କାୟା ବିସ୍ତାର କରିବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ବିଏମ୍‌ସି। ଗୁରୁବାର ଏ ନେଇ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ସହରବାସୀଙ୍କୁ ସତର୍କ କରାଇବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି। କମିଶନର କହିଛନ୍ତି, ଡେଙ୍ଗୁ ବ୍ୟାପିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଡେଙ୍ଗୁର ବାହକ ମଶା ସାଧାରଣତଃ ସ୍ଥିର ସଫା ପାଣିରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି। ତେଣୁ ସାମୂହିକ ଭାବେ ସମସ୍ତ ନାଗରିକ ନିଜ ନିଜ ସ୍ଥାନରେ ମଶା ଅଣ୍ଡା ଦେବା ଭଳି ପରିବେଶକୁ ନଷ୍ଟ କରିବା, ପାଣିପାତ୍ର ବା ସ୍ଥିର ପାଣି ଇତ୍ୟାଦି ଜମିବାକୁ ନ ଦେବାକୁ କମିଶନର ପରାମର୍ଶ ଦେଇଛନ୍ତି। ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଦଳ ସହର ବୁଲିବା ସହିତ ପ୍ରତିଷେଧାତ୍ମକ ବ୍ୟବସ୍ଥା କେତେଦୂର ପାଳନ କରାଯାଉଛି ତାହା ତଦାରଖ କରିବେ। କୌଣସି ସଂସ୍ଥା ଏହାର ଉଲ୍ଲଂଘନ କରିଥିବା ଦୃଷ୍ଟିକୁ ଆସିଲେ ଆଇନ୍‌ ଅନୁଯାୟୀ ଜରିମାନା ଏବଂ ଆବଶ୍ୟକ ଦଣ୍ଡ ଲାଗୁ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ପାଇଁ ବନ୍ଦ ଥିବା ପାର୍କଗୁଡ଼ିକରେ ବିଭିନ୍ନ ପାତ୍ର, ଡଷ୍ଟବିନ୍‌, ଛୋଟ ଖାଲ, ବସିବା ଓ ଖେଳ ସ୍ଥାନରେ ଯେପରି ପାଣି ଜମୁନାହିଁ ତାହା ନିଶ୍ଚିତ କରାଇବା ଆବଶ୍ୟକ। ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯେପରି ପାଣି ଜମି ନ ରହିବ ତାହା ଉପରେ ଦୃଷ୍ଟି ଦେବା ଦରକାର। କାରଖାନା ଓ ଶିଳ୍ପାଞ୍ଚଳରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ତଦାରଖ କରି ତୁରନ୍ତ ପଦକ୍ଷେପ ନେବା ଜରୁରୀ। ସେହିଭଳି ଥାନା ଅଞ୍ଚଳରେ ଜବତ ହୋଇ ପଡ଼ିରହିଥିବା ଗାଡ଼ି, ଗ୍ୟାରେଜ, ଟ୍ୟୁବ୍‌ ଓ ଟାୟାର୍‌ ମରାମତି ଇତ୍ୟାଦି ସ୍ଥାନରେ ବର୍ଷାପାଣି ଜମି ରହିଥାଏ। ତେଣୁ ଏହି କ୍ଷେତ୍ରରେ ରୋଗ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ଆବାସିକ କଲ୍ୟାଣ ସଂଘଗୁଡ଼ିକର କର୍ତ୍ତୃପକ୍ଷ ନିଜ ନିଜ ଆବାସ ପ୍ରାଙ୍ଗଣରେ ପାଣି ଜମା ନ ହେବା ପାଇଁ ନିୟମିତ ପଦକ୍ଷେପ ନେବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri