ହଳଦିଆ ତରଭୁଜର ଚାହିଦା ବଢୁଛି

ନୂଆପଡ଼ା ଅଫିସ,୩୦।୩:ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଭେରାକାଲା ଗ୍ରାମର ଏକ ପରିବାର ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। ଉକ୍ତ ଗ୍ରାମର ଭୁକୁରାମ ପଟେଲଙ୍କ ସ୍ତ୍ରୀ ଜବତିନବାଇ ପଟେଲ ଏବଂ ତାଙ୍କ ୨ ପୁଅ ତିରତରାମ ଓ ମହେନ୍ଦ୍ରଙ୍କୁ ମିଶାଇ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି। ୧୦ ଏକର ଚାଷ ଜମିରେ ଧାନ ଚାଷ କରି ପରିବାର ଚଳାଇବା କଷ୍ଟକର ହେଉଥିଲା। ଦୁଇ ଛୁଆଙ୍କୁ ପାଠ ପଢାଇବାରେ ଅସୁବିଧା ହେବାରୁ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେଥିରେ ଧାନ ଚାଷ କରି ଅଳ୍ପ କିଛି ଜମିରେ ପନିପରିବା ଚାଷ କରୁଥିଲେ। ପରିବା ଚାଷରେ ଅଧିକ ଲାଭ ହେବାରୁ ଧାନ ଚାଷ କମାଇ ପନିପରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଚଳିତ ରବି ଫସଲରେ ୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ୧ ଏକରରେ ଲାଲ ଓ ହଳଦିଆ ରଙ୍ଗର ତରଭୁଜ ଚାଷ, ଅଧା ଏକରରେ ଭେଣ୍ଡି, ୭୦ ଡେସିମିଲରେ ବନ୍ଧା ଓ ଫୁଲ କୋବି, ଅଧା ଏକର ଜମିରେ ପାତଳଘଣ୍ଟା, ଅଧା ଏକରରେ ବାଇଗଣ, ୩୦ ଡେସିମିଲ ଜମିରେ ପିଆଜ ଚାଷ କରିଛନ୍ତି। ବାକି ଜମିରେ ଝୁଣଙ୍ଗ, ଶାଗ ଇତ୍ୟାଦି ଚାଷ କରିଛନ୍ତି। ୨ ଭାଇ ଚାଷ କାମରେ ଲାଗିବା ଦିନଠାରୁ ରବି ଋତୁରେ ପନିପରିବା ଚାଷ କରି ୩ ଲକ୍ଷ ଟଙ୍କା ରୋଜଗାର କରି ପରିବାର ବେଶ ଖୁସିରେ ଚଳୁଛନ୍ତି। ଏକ ଲକ୍ଷ ଟଙ୍କା ଚାଷ କାର୍ଯ୍ୟରେ ଖର୍ଚ୍ଚ ହେଲେ ୨ ଲକ୍ଷ ଟଙ୍କା ଲାଭ ମିଳୁଛି। ନିଜେ ଚାଷ କରି ଦୁଇ ପଇସା ରୋଜଗାର କରିବା ସହ ଆଉ ୫ଜଣ କାମ କରି ପରିବାର ଖୁସିରେ ଚଳାଉଛନ୍ତି। ଆମେ ନିଜେ ନୂଆପଡା ବା ଖରିଆର ରୋଡ ବଜାରରୁ ମଞ୍ଜି କିଣି ଚାଷ କରୁଥିଲୁ। ହେଲେ ଚଳିତବର୍ଷ ନୂଆପଡା କୃଷି ବିଭାଗ ପକ୍ଷରୁ ହଳଦିଆ ତରଭୁଜ ମଞ୍ଜି ଯୋଗାଇ ଦେଇଥିବା ଗଛ ଭଲ ହୋଇ ଫଳ ମଧ୍ୟ ଭଲ ଆସୁଛି। ଗୋଟିଏ ଗଛରେ ୪ ରୁ ୬ ଟି ଫଳ ଧରୁଛି। ଲାଲ ତରଭୁଜ ଅପେକ୍ଷା ହଳଦିଆ ତରଭୁଜର ଚାହିଦା ଅଧିକ ରହିଛି। ବର୍ଷା ଦିନେ ଜମିରେ ଅଧିକ ପାଣି ହେଉଥିବାରୁ ପନିପରିବା ଚାଷ ଭଲ ଆସେ ନାହିଁ। ସେଥିପାଇଁ ବର୍ଷା ଦିନେ ବାଇଗଣ ଓ ଝୁଣଙ୍ଗ ଚାଷ କରି ବାକି ଜମିରେ ଧାନ ଚାଷ କରିଥାଉ ବୋଲି ଭୁକୁରାମ ପଟେଲ କହିଛନ୍ତି।

ସେମାନଙ୍କ ମୁହଁରୁ …

ପୂର୍ବରୁ ବାପା ଧାନ ଚାଷ କରି ଅଳ୍ପ ଜମିରେ ପନିପରିବା ଚାଷ କରୁଥିଲେ। ସେଥିରେ ଆମକୁ ଲାଭ କମ ମିଳୁଥିଲା। ଟଙ୍କା ଅଭାବ ଯୋଗୁ ଆମକୁ ଅଧିକ ପଢାଇ ପାରିଲେ ନାହିଁ। ମାଟ୍ରିକ ପର୍ଯ୍ୟନ୍ତ ପଢି ବାପାଙ୍କୁ ଚାଷରେ ସହଯୋଗ କଲୁ। ସେହିଦିନଠାରୁ ଚାଷ ଭଲ ହୋଇ ଅଧିକ ଲାବବାନ ହୋଇ ପରିବାର ଖୁସିରେ ଚଳୁଛୁ। ବାପା ବୟସ୍କ ହୋଇ ଗଲେଣି, ଦୁଇ ଭାଇ ଚାଷ କରିବା ସହ ପରିବାର ସହଯୋଗ କରୁଛନ୍ତି।
ତିରିତରାମ ପଟେଲ, ଭେରାକାଲା ଗ୍ରାମର ଚାଷୀ
ପୂର୍ବରୁ ଆମେ ଦୋକାନରେ ଲାଲ ତରଭୁଜ ବିକ୍ରି କରୁଥିଲୁ। ତରଭୁଜୁ ଫାଳ କଲେ ଲାଲ ରଙ୍ଗ ଦେଖାଯାଏ। ଲୋକେ ଆସି ହଳଦିଆ ତରଭୁଜ ଦିଅ ବୋଲି କହିବାରୁ। ମୁଁ ବ୍ୟାବସାୟୀଙ୍କୁ ବୁଝିବାରୁ ଭେରାକାଲା ଗ୍ରାମରେ ହଳଦିଆ ତରଭୁଜ ମିଳୁଛି ବୋଲି କହିବାରୁ ସେଠାରୁ ପ୍ରତିଦିନ ୫୦ ରୁ ୧୦୦ କିଲୋଗ୍ରାମ ତରଭୁଜ ଆଣି ବିକ୍ରୟ କରୁଛି। ଏହି ତରଭୁଜ ଭଲ ବିକ୍ରି ହେଉଛି।
ଗୋବିନ୍ଦ ସାହୁ, ନୂଆପଡ଼ା ବ୍ୟାବସାୟୀ
ମୁଁ ନୂଆପଡା ବଜାରକୁ ତରଭୁଜ କିଣିବା ପାଇଁ ଆସିଲା ବେଳକୁ ଦେଖିଲି ଯେ ଲୋକେ ହଳଦିଆ ରଙ୍ଗର ତରଭୁଜ ଖାଉଥିଲେ। ମୁଁ ଦୋକାନୀଙ୍କୁ ପଚାରିଲି, ସେ କହିଲେ ଏହା ଏକ ନୂଆ ଭେରାଇଟିର ତରଭୁଜ, ଥରେ ନେଇ ଖାଇଲେ ଖୁସି ହୋଇଯିବେ ବୋଲି କହିଲେ। ମୁଁ ଗୋଟିଏ ତରଭୁଜ ନେଇ ଗଲି। ପରିବାର ଲୋକ ଫାଳ କରି ଦେଖିବା ବେଳକୁ ହଳଦିଆ ଦିଶିବାରୁ ଏଇଟା କ’ଣ ବୋଲି ପଚାରିଥିଲେ। ମୁଁ ତରଭୁଜ ବୋଲି କହିବାରୁ ଖାଇ ବେଶ ଖୁସି ହେଲେ।
ଅଶୋକ ପାଣ୍ଡେ, ଗ୍ରାହକ ବୋଇରଭାଡି
ଲାଲ ରଙ୍ଗର ତରଭୁଜ ଅପେକ୍ଷା ହଳଦିଆ ରଙ୍ଗର ତରଭୁଜ ଭଲ ଉପତ୍ାଦନ ହୋଇ ବଜାରରେ ଅଧିକ ଚାହିଦା ରହିଛି। କୃଷି ବିଭାଗ ପକ୍ଷରୁ ପରୀକ୍ଷା ମୂଳକ ଭାବେ ପ୍ରଥମେ ଜିଲାର ୮ଜଣ ଚାଷୀଙ୍କୁ ୧୨ ପକେଟ ମଞ୍ଜି ଚାଷ କରିବା ପାଇଁ ଦେଇଛୁ। ୭୫ ରୁ ୮୦ ଦିନରେ ଅମଳ ହୋଇ ବିକ୍ରୟ ହୋଇଥାଏ। ନୂଆପଡା ବ୍ଲକରୁ ୬ଜଣ, କୋମନା ବ୍ଲକ ଝଗ୍ରାହୀ ଗାଁର ଜଣେ ଏବଂ ଖଡିଆଳ ବ୍ଲକ ମାଣ୍ଡୋସିଲ ଗାଁର ଜଣେ ଚାଷୀଙ୍କୁ ଭୁବନେଶ୍ୱରରୁ ମଞ୍ଜି ଆଣି ଚାଷ କରିବା ପାଇଁ ଦିଆଯାଇଛି।
ସୁଧାଂଶୁ ଶେଖର ସାହୁ, ନୂଆପଡ଼ା ସହକାରୀ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri