ଯୋକଡ଼ିଆ କେନାଲ ପୁନରୁଦ୍ଧାର ଦାବି ତେଜିଲା

ଯାଜପୁର,୨୪ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ବ୍ଲକର ନାଥସାହି, ଭୁବନେଶ୍ୱରପୁର, ଖଇରାବାଦ, ଚଇନପୁର, ବେରୁଦା, ମାଳଆନନ୍ଦପୁର ପ୍ରଭୃତି ୧୦ ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମ ବନ୍ୟା ଓ ମରୁଡି ଦ୍ୱାରା ପ୍ରଭାବିତ। ଏଥିଯୋଗୁ କୃଷକ ପରିବାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଫସଲକୁ ସୁରକ୍ଷା ଦେବା କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି ବୋଲି ଆଞ୍ଚଳିକ ନାଗରିକ ସୁରକ୍ଷା ପରିଷଦ ଅଭିଯୋଗ କରିଛି। ଏହିକ୍ରମରେ ପରିଷଦ ପକ୍ଷରୁ ରୁଢିଆ-ଯୋକଡ଼ିଆ କେନାଲର ପୁନରୁଦ୍ଧାର, ଯମୁନା ନଦୀର ପୂର୍ବ ପଟେ ସୁଦୃଢ଼ ନଦୀବନ୍ଧ ନିର୍ମାଣ, ବୈଦିନାଳର ପୁନଃ ଖନନ ଇତ୍ୟାଦି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ନଭେମ୍ବର ୨୪ରେ ଶତାଧିକ ନାଗରିକଙ୍କ ସ୍ବାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ଭାଗୀରଥି ପାଢ଼ୀ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ଏକ ତଥ୍ୟମୂଳକ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ପତ୍ର ଲେଖିଛନ୍ତି। ଏହାପରେ ପ୍ରଭାବିତ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବା ସମ୍ଭାବନା ସୃଷ୍ଟି କରିଛି।
ପରିଷଦ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ନିର୍ବାଚିତ ପ୍ରତିନିଧି ବଦଳୁଛନ୍ତି। କିନ୍ତୁ ବଦଳି ନାହିଁ ଅଞ୍ଚଳର କୃଷି ଓ କୃଷିକ୍ଷେତ୍ରର ସୁରକ୍ଷା ସମ୍ବନ୍ଧିତ ସମସ୍ୟା। ଜନପ୍ରତିନିଧିଙ୍କ ଆନ୍ତରିକ ବିହୀନ ପ୍ରତିଶ୍ରୁତି ଅଞ୍ଚଳବାସୀଙ୍କ ପ୍ରତି ଅଟ୍ଟହାସ୍ୟ ଭଳି ମନେହୁଏ ବୋଲି ପରିଷଦର ସଭାପତି ଲଳିତ ମୋହନ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ମହାନ୍ତି, ବୃନ୍ଦାବନ ଦାଶ, ସାଧାରଣ ସମ୍ପାଦକ ରାମଚନ୍ଦ୍ର ବିହାରୀ, ସହ ସମ୍ପାଦକ ବିଜୟ କୁମାର ଘଡାଇଙ୍କ ସମେତ ଗୋପାଳ କୃଷ୍ଣ ସାହୁ, ମହେନ୍ଦ୍ର ସ୍ବାଇଁ, ଧନେଶ୍ୱର ସାମଲ, ଘନଶ୍ୟାମ ମହାପାତ୍ର ପ୍ରମୁଖ ଶତାଧିକ ନାଗରିକ ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ଖରସ୍ରୋତା ନଦୀର ପୂର୍ବ ଦିଗରେ ପନିପରିବା ଚାଷରେ ପ୍ରାଚୁର୍ଯ୍ୟ ରହିଥିବାବେଳେ ପଶ୍ଚିମରେ ଶୁଖା ପଡିଛି। ଖରସ୍ରୋତା ନଦୀର ଯୋକଡ଼ିଆ ବ୍ୟାରେଜରୁ ଉପତ୍ତ୍ତି ହୋଇଥିବା ପ୍ରାୟ ଦେଢ଼ଶହ ବର୍ଷ ପୁରୁଣା ହାଇଲେଭଲ କେନାଲ ପୋତି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜିଲାର କୋରେଇ ଏବଂ ଯାଜପୁର ନିର୍ବାଚନମଣ୍ଡଳୀର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ କେନାଲ ଥାଇ ବି ଚାଷ ପାଇଁ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ। ନଅଙ୍କ ଦୁର୍ଭିକ୍ଷ ପରେ ମହାନଦୀଠାରୁ ଧାନମଣ୍ଡଳ, ଜେନାପୁର ଓ ଖରସ୍ରୋତା ନଦୀର ଯୋକଡ଼ିଆଠାରୁ ଟିକର ଓ ରୁଢିଆ ଦେଇ ହାଇଲେଭଲ କେନାଲ ବ୍ରିଟିଶ ଅମଳରେ ନିର୍ମାଣ କରାଯାଇଥିଲା। ଏଥିପାଇଁ ଯୋକଡ଼ିଆଠାରେ ଏକ ବ୍ୟାରେଜ ନିର୍ମାଣ ହୋଇଥିଲା। ଏଯାଏ ତାହା ଦେଖିବାକୁ ମିଳିଛି। ଏହାଦ୍ୱାରା ଚାଷୀମାନେ କିପରି ଜଳସେଚନର ସୁବିଧା ପାଇପାରିବେ ସେ ନେଇ ଇଂରେଜ ଅମଳରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିଲା। ଏହାସହ ବ୍ରିଟିଶ ଅମଳରେ ଜଳପଥରେ ବେପାର ବଣିଜ ପାଇଁ ଏହି ଯୋକଡ଼ିଆ ହାଇଲେଭଲ କେନାଲକୁ ବ୍ୟବହାର କରାଯାଉଥିଲା। ତେଣୁ ଏହି ପୁରାତନ କେନାଲର ପୁନରୁଦ୍ଧାର ପାଇଁ ଯୋକଡ଼ିଆଠାରେ ଏକ ନୂତନ ବ୍ୟାରେଜ ନିର୍ମାଣ କରିବାକୁ ପରିଷଦ ଦାବି କରିଛି। ଏହାବାଦ ଯମୁନା ନଦୀର ପୂର୍ବ ଦିଗ କୂଳେକୂଳେ ବାସୁଦେବ ପୀଠଠାରୁ ଭାୟା କଳସଡ଼ିହ ଓ ବାହାବଳପୁର ଶନିମଠ ଦେଇ ୨୦ ନମ୍ବର ଜାତୀୟ ରାଜପଥ ସହ ସୁଉଚ୍ଚ ତଥା ସୁଦୃଢ ବନ୍ଧ ନିର୍ମାଣ, ବହୁ ବର୍ଷ ହେଲା ପୋତି ହୋଇଥିବା ବୈଦିନାଳକୁ ପୁନଃଖନନ କରି ଉଦ୍ଧାର କରାଗଲେ ଭୁବନେଶ୍ୱରପୁର, ଭୂଇଁପୁର, ଗୋଳେଇପୁର, ତଣ୍ଡରା ପଞ୍ଚାୟତର ସମସ୍ତ କୃଷିକ୍ଷେତ୍ର ସୁରକ୍ଷିତ ରହି ପାରିବ ବୋଲି ଦାବି କରାଯାଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାରୁ ଆଗାମୀ ଦିନରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ପରିଷଦ ପକ୍ଷରୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri