ଗ୍ରୀଷ୍ମରେ ବଢୁଛି ତାଳସଜର ଚାହିଦା

ନୂଆପଡ଼ା ଅଫିସ,୨୦।୫: ନୂଆପଡା ଜିଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଗ୍ନି ବର୍ଷା ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ପ୍ରଚଣ୍ଡ ରୋଦ୍ରତାପରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଜଳ, ସରବତ, ଲସି ଓ ତରଭୁଜ ଇତ୍ୟାଦି ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ତାଳସଜ ପସରାରେ ମଧ୍ୟ ଲୋକଙ୍କ ଭିଡ ରହିଥିବା ଦେଖିବାକୁ ମିଲିଛି। ତାଳସଜ ଖାଇ ଲୋକେ ବେଶ ଖୁସି ଅନୁଭବ କରୁଛନ୍ତି। ନୁଆପଡା ସଦର ମହକୁମାଠାରୁ ୨ କି.ମି. ଦୂର ଖରିଆର ରୋଡ-ରାୟପୁର ୩୫୩ ନମ୍ବର ଜାତୀୟ ରାଜପଥ କଡରେ ସିଲଧା ଗାଁଠାରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ତାଳସଜର ପସରା ଲାଗିଥାଏ। ପଥଚାରୀ ଓ ଗାଡି ମୋଟରରେ ଯାଉଥିବା ଯାତ୍ରୀମାନେ ତାଳସଜ ଖାଇ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଥାନ୍ତି। ବର୍ଷକରେ ଥରେ ମିଳୁଛି ଓ ଏହା ପ୍ରାକୃତିକ ଫଳ ହୋଇଥିବାରୁ ଲୋକେ ବେଶ ପସନ୍ଦ କରିଥାନ୍ତି। ତାଳସଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସାଙ୍ଗକୁ ପେଟ ସଫା ରହେ ବୋଲି ପଥଚାରୀମାନେ କହନ୍ତି। ସୀମାରେ ରହିଥିବାରୁ ଛତିଶଗଡର ଲୋକେ ତାଳସଜ ଖାଇବା ପାଇଁ ଆସୁଛନ୍ତି। ଏହି ରାସ୍ତା ଦେଇ ଅଧିକାଂଶ ଲୋକେ ଜିଲାର ବାଣିଜ୍ୟ କେନ୍ଦ୍ର ଖରିଆର ରୋଡ ଓ ରାୟପୁର ଯାଉଥିବାରୁ ତାଳସଜର ଚାହିଦା ଅଧିକ ବଢିବାରେ ଲାଗିଛି। ତାଳସଜ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛୁ। ଗତ ଦୁଇ ବର୍ଷ କରୋନା ଯୋଗୁ ଧନ୍ଦା ସବୁ ବନ୍ଦ ହୋଇଯିବାରୁ ବହୁତ ଅସୁବିଧାରେ ଦିନ କାଟୁଥିଲୁ। ପରିବାର ପ୍ରତି ପୋଷଣରେ ବାଧା ସୃଷ୍ଟି ହେଉଥିଲା। ଚଳିତବର୍ଷ ବେପାର ଭଲ ଚାଲିଛି, ଦୁଇ ପଇସା ରୋଜଗାର ମଧ୍ୟ ହେଉଛି। ଜିଲା ଭିତରେ ତାଳ ଗଛ କମ ପରିମାଣରେ ଥିବାରୁ ଆବଶ୍ୟକ ତାଳ ନ ମିଲିବାରୁ ବରଗଡ ଓ ବଲାଙ୍ଗୀର ଜିଲାକୁ ଯାଇ ତାଳ ଫଳ କିଣି ଆଣୁଛୁ। ଦୂର ସ୍ଥାନକୁ ଯାଇ ତାଳ କ୍ରୟ କରି ଆଣୁଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଜିଲା ଭିତରେ ଆମକୁ ତାଳ ମିଳଥିଲେ ଖର୍ଚ୍ଚା ବଞ୍ଚତ୍ବା ସହ ଲାଭ ମଧ୍ୟ ଅଧିକ ହୋଇ ପାରନ୍ତା। ଜିଲା ପ୍ରଶାସନ କିମ୍ବା ବନ ବିଭାଗ ପକ୍ଷରୁ ତାଳ ଗଛ ବଗିଚା କରନ୍ତେ ଆମ ଭଳି ଅନେକ ବେପାରୀ ତାଳ ବିକ୍ରୟ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ପାରନ୍ତେ। ବୋଲି ତାଳ ବିକାଳିମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ଜିଲାରେ ଆବଶ୍ୟକ ତାଳ ଗଛ ଲଗାଇବାକୁ ସାଧାରଣରେ ଦାବି ହେଊଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri