ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ମରୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକଜୁଟ ହୋଇ ଏହାକୁ ନିର୍ମାଣ କରି ଭଲ ଫସଲ ଅମଳ କରୁଥିଲେ। ଏହି ପ୍ରକଳ୍ପ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି। ତେବେ ଚାଷ କାମରେ ଜଳସେଚନର ଲକ୍ଷ୍ୟ ନେଇ କରାଯାଇଥିବା ଏହି ବନ୍ଧର ପୁନରୁଦ୍ଧାର ଓ ମରାମତି ହେଉ ନ ଥିବାରୁ ଏହା କ୍ରମେ ପୋତି ହେବାକୁ ବସିଛି। ଚାଷୀମାନେ ଜଳକର ଦେଉଥିବା ବେଳେ ଖରାଦିନେ ବନ୍ଧ ଶୁଖିଲା ପଡ଼ୁଛି। ଫଳରେ ସେମାନେ ଧୀରେ ଧୀରେ ରବି ଚାଷ କରିବା ବନ୍ଦ କରିଦେଲେଣି।
ବ୍ଲକ ମୁଖ୍ୟାଳୟରୁ ଦୁଇ କି.ମି. ଦୂରରେ ଅବସ୍ଥିତ ଏହି ବନ୍ଧକୁ ୧୯୪୨ରେ ଶିଳଘାଟି ଅଞ୍ଚଳର ଜନସାଧାରଣ ନିର୍ମାଣ କରିଥିଲେ। କିମ୍ଭୀରାହୁଡ଼ି ଓ ଭାଗିରଥୀହୁଡ଼ି଼କୁ ଯୋଡ଼ି ଏହି ବନ୍ଧ ବାନ୍ଧି ଥିଲେ। ଜଙ୍ଗଲରୁ ନିବୃତ ଜଳକୁ ଅଟକାଇ ଜଳସେଚନର ବ୍ୟବସ୍ଥା କରି ଚାଷୀମାନେ କ୍ଷେତକୁ ସବୁଜ ଶସ୍ୟଶ୍ୟାମଳା କରିପାରିଥିଲେ। ୭୮ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବନ୍ଧରୁ ୪ଶହ ଏକର ପାଖାପାଖି ଜମିରେ ଜଳସେଚନ କରାଯାଉଥିଲା। ମାତ୍ର ଏହାର ପୁନରୁଦ୍ଧାର କରାଯାଉ ନ ଥିବାରୁ ଏବେ ଏହା ପୋଖରୀ ସଦୃଶ ହେବକୁ ବସିଛି। ଶିଳଘାଟୀ ଗ୍ରାମର ପ୍ରତାପ ଚନ୍ଦ୍ର ହେମ୍ବ୍ରମ(୮୦) କୁହନ୍ତି, ମୋ ଜାଣତରେ ବନ୍ଧର ପୁନରୁଦ୍ଧାର କରାଯାଇନାହିଁ। ବନ୍ଧ ନିର୍ମାଣ ସମୟରେ ୪୦ରୁ ୫୦ଫୁଟ ଗଭୀର ପର୍ଯ୍ୟନ୍ତ ପାଣି ରହୁଥିବା ବେଳେ ଏବେ ପୋତିହୋଇ ଖରାଦିନେ ମାତ୍ର ୭/୮ଫୁଟ ପାଣି ରହୁଛି। ଫଳରେ ଜଳସେଚନ ପାଇଁ ପାଣିର ସମସ୍ୟା ବଢୁଥିବା ବେଳେ ମାଛଚାଷ ସମ୍ଭବ ହୋଇପାରୁ ନାହିଁ। କେନ୍ଦୁଆ ଗ୍ରାମର ଚାଷୀ ମଳୟ ମହାକୁଡ଼ ଓ ଅଞ୍ଜନ ମହାକୁଡ଼ କୁହନ୍ତିି ଦୀର୍ଘବର୍ଷ ଧରି ଜଳକର ଦେଇଆସୁଛୁ। ଖରିଫ ଚାଷପାଇଁ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ବନ୍ଧରେ ପାଣି କମିବାରୁ ରବି ଚାଷ ସମ୍ଭବ ହୋଇପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ ଜଳସେଚନ ନିମନ୍ତେ କୋଟି କୋଟି ଖର୍ଚ୍ଚ କରାଯାଉଛି। ମାତ୍ର ପ୍ରଶାସନିକ ଅବହେଳା ଓ ରାଜନେତାଙ୍କ ଦୂର ଦୃଷ୍ଟି ଅଭାବରୁ ଏହି ବିଶାଳ ଜଳାଶୟ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି। ଶିଳଘାଟି ପଞ୍ଚାୟତର ସମିତିସଭ୍ୟ ସୁଲୋଚନା ଦାସ କୁହନ୍ତି, ବନ୍ଧର ପୁନରୁଦ୍ଧାର ପାଇଁ ବାରମ୍ବାର ଅଭିଯୋଗ ହୋଇଛି। ବିଭାଗ କେବଳ ଲୋକ ଦେଖାଣିଆ ବନ୍ଧ ଆଡ଼ିର ମରାମତି କରୁଛି। ମାତ୍ର ପଙ୍କ ଉଦ୍ଧାର କରାଯାଉ ନ ଥିବାରୁ ଦିନକୁ ଦିନ ଏହା ପୋତିହେବାକୁ ବସିଛି। ମାଛ ଚାଷ ପାଇଁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆଯାଉଥିବା ବେଳେ ଆବଶ୍ୟକ ପରିମାଣର ଉପତ୍ାଦନ ନେଇ ଆଶଙ୍କା ରହୁଥିବାରୁ ବନ୍ଧ ନିଲାମ ଧରିବା ପାଇଁ ଚାଷୀମାନଙ୍କୁ ଚିନ୍ତା କରିବାକୁ ପଡୁଛି। ବନ୍ଧ ନିର୍ମାଣ ସମୟରେ ୨ଶହରୁ ଊର୍ଦ୍ଧ୍ୱ ପ୍ରଜା ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇ କାରାଦଣ୍ଡ ଭୋଗିଥିବା ବେଳେ ଜିଲାର ଅନନ୍ୟ କ୍ରାନ୍ତିପୀଠ ଭାବେ ଏହା ବେଶ ପରିଚିତ। ଏହି ବନ୍ଧକୁ ଏକ ଐତିହାସିକ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳ ରୂପେ ଘୋଷଣା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଚ୍ଚସ୍ତରୀୟ ସମୀକ୍ଷା କରି ବର୍ଷାଜଳ ଧାରଣ କ୍ଷମତାକୁ ବୃଦ୍ଧି କରିପାରିଲେ ବର୍ଷସାରା ଚାଷ ଉପଯୋଗୀ ହୋଇପାରିବ ବୋଲି ଗ୍ରାମବାସୀ ଚୈତନ୍ୟ ହଁାସଦା, ରାମଚନ୍ଦ୍ର ମୁର୍ମୁ, ବୁଧିଆ ସିଂ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କୁ ପଚାରିବାରୁ ବନ୍ଧର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପଠାଯାଇଛି ା ମଞ୍ଜୁରୀ ମିଳିଲେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri