Posted inଖେଳ

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ ବିଳମ୍ବିତ ହେବାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବା ୨୦୦ ବିଲିୟନ ୟେନ ବୋଲି ଏକ ରିପୋର୍ଟରୁ ଜଣାପଡିଛି।
ଜାପାନର କିଓଡୋ ନ୍ୟୁଜ୍‌ ଏଜେନ୍ସି ଓ ୟୋମିଉରୀ ଖବରକାଗଜ ଏନେଇ ରବିବାର ରିପୋର୍ଟ ପ୍ରକାଶ କରିଛି। ଅଲିମ୍ପିକ୍‌ ଆୟୋଜକଙ୍କ ନିକତର ଥିବା ଏକ ସୂତ୍ରରୁ ଏ ବିଷୟରେ ଜଣାଯାଇଛି ବୋଲି କୁହାଯାଇଛି। ଟୋକିଓମୋଟ୍ରୋ ସରକାର, ଜାପାନୀ ଜାତୀୟ ସରକାର ଓ ଆୟୋଜକମାନେ ଏହି ମୂଲ୍ୟ କିପରି ଆବଣ୍ଟିତ ହେବ ସେ ନେଇ ଆସନ୍ତାମାସ ରିପୋର୍ଟ କରିବେ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହି ମୂଲ୍ୟର ଭରଣା ପାଇଁ ୬୫୦ ମିଲିୟନ ଡଲାର ପ୍ରଦାନ କରିବ ବୋଲି କହିଛି। ଆଇଓଏ ଏନେଇ ସବିଶେଷ ବିବରଣୀ ପ୍ରଦାନ କରିନାହିଁ। ତେବେ ଟୋକିଓ ଅଲିମ୍ପିକ୍ସ ବ୍ୟୟବହୁଳ ହେବ ବୋଲି ଆଇଓଏ ତରଫରୁ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସ ଆୟୋଜନ ପାଇଁ ୧୨.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଆନୁଷ୍ଠାନିକ ଭାବେ ଜଣାଯାଇଛି। କିନ୍ତୁ ଏହି ଖର୍ଚ୍ଚ ଦ୍ୱିଗୁଣିତ ହେବ ବୋଲି ଗତବର୍ଷ ସରକାରଙ୍କ ଏକ ଅଡିଟ୍‌ରୁ ଜଣାପଡିଥିଲା। ଏଥିରୁ ୫.୬ ବିଲିୟନ ଡଲାର ସର୍ବସାଧାରଣଙ୍କର ବୋଲି କୁହାଯାଇଥିଲା।
୨୦୧୩ରେ ଯେତେବେଳେ ଟୋକିଓକୁ ଆୟୋଜନ ଅଧିକାର ମିଳିଥିଲା ସେତେବେଳେ ୭.୩ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏଥିରେ ୨ ବିଲିୟନ ଡଲାର ଯୋଗ ହେବ ବୋଲି ଅକ୍ସଫୋର୍ଡର ଏକ ବିଶ୍ୱବିଦ୍ୟାଳୟ ତା’ର ଏକ ଗବେଷଣା ଚଳିତବର୍ଷ ପ୍ରାରମ୍ଭରେ ଉଲ୍ଲେଖ କରିଥିଲା। ଏହା ଇତିହାସର ସବୁଠାରୁ ବ୍ୟୟ ବହୁଳ ଅଲିମ୍ପିକ୍ସ ସାବ୍ୟସ୍ତ ହେବ ଓ ଏହି ଖର୍ଚ୍ଚ ଦିନିକୁ ଦିନ ବଢିବାରେ ଲାଗିବ ବୋଲି ଏହି ଗବେଷଣା ଉଲ୍ଲେଖ କରାଯାଇଥିଲା। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ନିରାପଦରେ ଆୟୋଜନ ହୋଇପାରିବ ବୋଲି ଆଇଓସି ଓ ଆୟୋଜକମାନେ ସବୁ ପ୍ରାୟୋଜକ ଓ ଜନସାଧାରଣଙ୍କୁ ଅବଗତ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି।
୨୦୨୧ ଜୁଲାଇ ୨୩ରୁ ଅଲିମ୍ପିକ୍ସ ଓ ଅଗଷ୍ଟ ୨୪ରୁ ପାରା ଅଲିମ୍ପିକ୍ସ ଆରମ୍ଭ ହେବ। ଏଥିରେ ମୋଟ ଉପରେ ୧୫, ୪୦୦ ଆଥଲେଟ ଓ ୧୦ ହଜାର ଅଫିସିଆଲ, ଜଜ୍‌, ଷ୍ଟାଫ୍‌, ଭିଆଇପି, ପ୍ରାୟୋଜକ, ମିଡିଆ ତଥା ବ୍ରଡକାଷ୍ଟର କର୍ମଚାରୀ ଏହି ମେଗା ଇଭେଣ୍ଟରେ ଯୋଗ ଦେବେ। ଚଳିତ ମାସ ପ୍ରାରମ୍ଭରେ ରାପିଡ୍‌ ଟେଷ୍ଟିଂ ଓ ଭ୍ୟାକ୍‌ସିନ ନେଇ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ବେଶ୍‌ ଆଶବାଦୀ ଥିବା କଥା କହିଥିଲେ। ତେବେ ଏହା ଦ୍ୱାରରେ କରୋନା ସମସ୍ୟା ସମାଧାନ ହେବ ସେ କଥା କହିହେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଆଥଲେଟମାନଙ୍କୁ ସବୁ ପ୍ରକାର ନୀତିନିୟମ ମଧ୍ୟରେ ରହିବାକୁ ପଡିବ। ଇତି ମଧ୍ୟରେ ଜାପାନ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri