Posted inଖେଳ

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ ବିଳମ୍ବିତ ହେବାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବା ୨୦୦ ବିଲିୟନ ୟେନ ବୋଲି ଏକ ରିପୋର୍ଟରୁ ଜଣାପଡିଛି।
ଜାପାନର କିଓଡୋ ନ୍ୟୁଜ୍‌ ଏଜେନ୍ସି ଓ ୟୋମିଉରୀ ଖବରକାଗଜ ଏନେଇ ରବିବାର ରିପୋର୍ଟ ପ୍ରକାଶ କରିଛି। ଅଲିମ୍ପିକ୍‌ ଆୟୋଜକଙ୍କ ନିକତର ଥିବା ଏକ ସୂତ୍ରରୁ ଏ ବିଷୟରେ ଜଣାଯାଇଛି ବୋଲି କୁହାଯାଇଛି। ଟୋକିଓମୋଟ୍ରୋ ସରକାର, ଜାପାନୀ ଜାତୀୟ ସରକାର ଓ ଆୟୋଜକମାନେ ଏହି ମୂଲ୍ୟ କିପରି ଆବଣ୍ଟିତ ହେବ ସେ ନେଇ ଆସନ୍ତାମାସ ରିପୋର୍ଟ କରିବେ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହି ମୂଲ୍ୟର ଭରଣା ପାଇଁ ୬୫୦ ମିଲିୟନ ଡଲାର ପ୍ରଦାନ କରିବ ବୋଲି କହିଛି। ଆଇଓଏ ଏନେଇ ସବିଶେଷ ବିବରଣୀ ପ୍ରଦାନ କରିନାହିଁ। ତେବେ ଟୋକିଓ ଅଲିମ୍ପିକ୍ସ ବ୍ୟୟବହୁଳ ହେବ ବୋଲି ଆଇଓଏ ତରଫରୁ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସ ଆୟୋଜନ ପାଇଁ ୧୨.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଆନୁଷ୍ଠାନିକ ଭାବେ ଜଣାଯାଇଛି। କିନ୍ତୁ ଏହି ଖର୍ଚ୍ଚ ଦ୍ୱିଗୁଣିତ ହେବ ବୋଲି ଗତବର୍ଷ ସରକାରଙ୍କ ଏକ ଅଡିଟ୍‌ରୁ ଜଣାପଡିଥିଲା। ଏଥିରୁ ୫.୬ ବିଲିୟନ ଡଲାର ସର୍ବସାଧାରଣଙ୍କର ବୋଲି କୁହାଯାଇଥିଲା।
୨୦୧୩ରେ ଯେତେବେଳେ ଟୋକିଓକୁ ଆୟୋଜନ ଅଧିକାର ମିଳିଥିଲା ସେତେବେଳେ ୭.୩ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏଥିରେ ୨ ବିଲିୟନ ଡଲାର ଯୋଗ ହେବ ବୋଲି ଅକ୍ସଫୋର୍ଡର ଏକ ବିଶ୍ୱବିଦ୍ୟାଳୟ ତା’ର ଏକ ଗବେଷଣା ଚଳିତବର୍ଷ ପ୍ରାରମ୍ଭରେ ଉଲ୍ଲେଖ କରିଥିଲା। ଏହା ଇତିହାସର ସବୁଠାରୁ ବ୍ୟୟ ବହୁଳ ଅଲିମ୍ପିକ୍ସ ସାବ୍ୟସ୍ତ ହେବ ଓ ଏହି ଖର୍ଚ୍ଚ ଦିନିକୁ ଦିନ ବଢିବାରେ ଲାଗିବ ବୋଲି ଏହି ଗବେଷଣା ଉଲ୍ଲେଖ କରାଯାଇଥିଲା। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ନିରାପଦରେ ଆୟୋଜନ ହୋଇପାରିବ ବୋଲି ଆଇଓସି ଓ ଆୟୋଜକମାନେ ସବୁ ପ୍ରାୟୋଜକ ଓ ଜନସାଧାରଣଙ୍କୁ ଅବଗତ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି।
୨୦୨୧ ଜୁଲାଇ ୨୩ରୁ ଅଲିମ୍ପିକ୍ସ ଓ ଅଗଷ୍ଟ ୨୪ରୁ ପାରା ଅଲିମ୍ପିକ୍ସ ଆରମ୍ଭ ହେବ। ଏଥିରେ ମୋଟ ଉପରେ ୧୫, ୪୦୦ ଆଥଲେଟ ଓ ୧୦ ହଜାର ଅଫିସିଆଲ, ଜଜ୍‌, ଷ୍ଟାଫ୍‌, ଭିଆଇପି, ପ୍ରାୟୋଜକ, ମିଡିଆ ତଥା ବ୍ରଡକାଷ୍ଟର କର୍ମଚାରୀ ଏହି ମେଗା ଇଭେଣ୍ଟରେ ଯୋଗ ଦେବେ। ଚଳିତ ମାସ ପ୍ରାରମ୍ଭରେ ରାପିଡ୍‌ ଟେଷ୍ଟିଂ ଓ ଭ୍ୟାକ୍‌ସିନ ନେଇ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ବେଶ୍‌ ଆଶବାଦୀ ଥିବା କଥା କହିଥିଲେ। ତେବେ ଏହା ଦ୍ୱାରରେ କରୋନା ସମସ୍ୟା ସମାଧାନ ହେବ ସେ କଥା କହିହେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଆଥଲେଟମାନଙ୍କୁ ସବୁ ପ୍ରକାର ନୀତିନିୟମ ମଧ୍ୟରେ ରହିବାକୁ ପଡିବ। ଇତି ମଧ୍ୟରେ ଜାପାନ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri