ପୁରରୁ ପୁରୀ

ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’ ଶବ୍ଦ ଜଡ଼ିତ। ପୁର ଶବ୍ଦ ଥିବା ସ୍ଥାନ ପ୍ରାଚୀନ ଐତିହ୍ୟର ଗୋଟିଏ ଗୋଟିଏ ସ୍ମାରକୀ। ଭାରତର ପ୍ରତ୍ୟେକ ଭାଷାରେ ‘ପୁର’ ଶବ୍ଦ ଥାଇ ଗଁା ଅଛି, ନଗର ବି ଅଛି। ଯେପରିକି ଏଇ ଶବ୍ଦ ଆମ ପରମ୍ପରାରେ ଜଗତ ସହିତ ରହିଛି। ଉଦାହରଣ ସ୍ବରୂପ ମର୍ତ୍ତ୍ୟପୁର, ଯମପୁର, ବୈକୁଣ୍ଠପୁର ଓ ସ୍ବର୍ଗପୁର। ସ୍ବର୍ଗପୁରରେ ଇନ୍ଦ୍ର ଯେଉଁଠି ରହୁଛନ୍ତି, ତାକୁ କହୁଛୁ ଇନ୍ଦ୍ରପୁରୀ। ସେହିପରି ମର୍ତ୍ତ୍ୟପୁରରେ ଯେଉଁଠି ଦାରୁଦିଅଁ ବିଜେ କରିଛନ୍ତି ତାହାକୁ କହୁଛୁ ‘ଶ୍ରୀଜଗନ୍ନାଥପୁରୀ’।
ପୁର ଶବ୍ଦର ରହସ୍ୟ ଜାଣିବାକୁ ହେଲେ ଦର୍ଶନଶାସ୍ତ୍ରକୁ ଯିବାକୁ ହୁଏ। ଆତ୍ମାର କେନ୍ଦ୍ର ହେଉଛନ୍ତି ଅବ୍ୟୟପୁରୁଷ। ମଣିଷ ମଧ୍ୟରେ ଥିବା ମନକୁ କୁହାଯାଏ ‘ଅବ୍ୟୟମନ’। ଅବ୍ୟୟମନର ସୃଷ୍ଟି ମୂଳରେ ରହିଛନ୍ତି ଅବ୍ୟୟପୁରୁଷ। ଅବ୍ୟୟମନ ସାକ୍ଷୀ ହୁଏ ମୁକ୍ତିକାଳରେ। ମୁକ୍ତି ସମୟରେ ମାୟାର ବନ୍ଧନ ଖୋଲି ଖୋଲି ଯାଏ। ତେଣୁ ଜୀବର ମାୟାଭାବ ଦୂର କରନ୍ତି ସେହି ଅବ୍ୟୟପୁରୁଷ। ମାଧ୍ୟମ ହେଉଛି ତାଙ୍କରି ଦ୍ୱାରା ସୃଷ୍ଟି ହୋଇଥିବା ‘ମନ’। ଅବ୍ୟୟମନକୁ କୁହାଯାଏ ‘ପୁର’। ଅର୍ଥାତ୍‌ ମାୟାଭାବ ଯେଉଁଠି ସଙ୍କୁଚିତ ହୁଏ ତାହା ହେଉଛି ପୁର। ମୁକ୍ତିର ସାକ୍ଷୀ ହେଲା ପରି ମନ ମଧ୍ୟ ମାୟାଭାବର ଅପସାରଣ କାଳରେ ସାକ୍ଷୀ ହୁଏ। ଯେଉଁଠି ମାୟାଭାବ ଅପସାରଣ ହୋଇଯାଏ, ତାହା ହେଉଛି ପୁର। ଆମେ ଜାଣିଛେ, ମାୟାଭାବ ଅପସାରଣ ପରେ ମନ ହୋଇଯାଏ ପରାତ୍ପର। ୟାର ଅର୍ଥ ଆତ୍ମା ଅଲଗା, ମାୟା ବି ଅଲଗା। ଏହା ମନର ଏକ ଅବସ୍ଥା। ପୁରର ଭାବ ପୁରୀ। ଯେଉଁଠି ପୁର ଭାବ (ପରାତ୍ପରଭାବ) ନଷ୍ଟ ହୋଇଯାଏ, ଅର୍ଥାତ୍‌ ଆଉ ‘ଦୁଇ’ ଭାବ ନ ଥାଏ। ଏକ ଭାବ ଥାଏ, ତାହା ହେଉଛି ‘ପୁରୀ’।
ଯେଉଁଠି ସୃଷ୍ଟି ପୂର୍ଣ୍ଣ, ଅନ୍ତରୀକ୍ଷ ପୂର୍ଣ୍ଣ ଆଉ ମହୋଦଧି ବି ପୂର୍ଣ୍ଣ। ଯେଉଁଠି ସମଗ୍ର ସ୍ଥୂଳଭାଗ ବି ପୂର୍ଣ୍ଣ। ସମଗ୍ର ସୂକ୍ଷ୍ମଭାବ ବି ପୂର୍ଣ୍ଣ। ସମସ୍ତ ଅସ୍ତିତ୍ୱପୂର୍ଣ୍ଣ, ପୁଣି ଶୂନ୍ୟ ବି ପୂର୍ଣ୍ଣ। ତେଣୁ ‘ପୁରୀ’ରେ କର୍ତ୍ତାଭାବ ଅଲଗା ହୋଇଯାଏ। କର୍ମଭାବ ହିଁ ଅନୁଭବ ହୁଏ। ଏଠି ଅକର୍ମ ଅଲଗା, ସମର୍ପଣ ଅଲଗା, ବିଦ୍ୟା ବି ଅଲଗା। ଅବିଦ୍ୟାର ପ୍ରଭାବ ବଦଳି ବଦଳି ଯାଏ ପ୍ରତି ମୁହୂର୍ତ୍ତରେ।
ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ ‘ମୁଁ କିଏ?’। ମାୟାଜାଲରେ ତା’ର ଉତ୍ତର ପାଏନି ମଣିଷ। ମନ କେବେ ବି ସହଜରେ ନିଜ ସ୍ବରୂପକୁ ଠଉରେଇପାରେ ନାହିଁ। ତେଣୁ ତ ପ୍ରଶ୍ନ କରେ ମୁଁ କିଏ? ଯେଉଁଠି ମାୟାଜାଲରୁ ମୁକୁଳି ଯିବାର ଉତ୍ତର ମିଳେ, ତାହା ହେଉଛି ପୁରୀ। ମୁକୁଳିଗଲେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିସତ୍ତା ଆଉ ନ ଥାଏ। ସେଇ ହେଉଛି ମୁକ୍ତି। ମୁକ୍ତି ଯେଉଁଠି ପୁରୀ ସେଇଠି, ଅନୁଭବ ହୁଏ କର୍ତ୍ତା ସେଇ, ଭୋକ୍ତା ସେଇ, ସାକ୍ଷୀ ବି ସେଇ। ତେଣୁ କୁହାଯାଏ ମୁକ୍ତି ହେଉଛି ଏକ ଭାବ। ବ୍ୟକ୍ତି ହେଉଛି ପ୍ରତିବିମ୍ବ ମାତ୍ର। କେଉଁଠି? ଜଗତରେ। ଜଗତ କ’ଣ? ବ୍ରହ୍ମଙ୍କର ପୂର୍ଣ୍ଣ ଅଭିବ୍ୟକ୍ତି। ସେ ପୂର୍ଣ୍ଣଭାବ ଯେଉଁଠି ପ୍ରାପ୍ତ ହୁଏ, ତାହା ହେଉଛି ଶ୍ରୀଜଗନ୍ନାଥ ପୁରୀ। ପୂର୍ଣ୍ଣଭାବ ପରେ ବ୍ୟକ୍ତି ଅନୁଭବ କରେ ନା ସ୍ବର୍ଗ, ନା ନର୍କ, ନା ମୋକ୍ଷ। ତା’ହେଲେ ରହେ କ’ଣ? ରହେ କେବଳ ପୁରୀଭାବ ଅର୍ଥାତ୍‌ ‘ପୂର୍ଣ୍ଣ’ ଭାବ। ‘ପୁର’ ଭାବ ବି ତା’ର ନଷ୍ଟ ହୋଇ ସାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri