ପୁରରୁ ପୁରୀ

ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’ ଶବ୍ଦ ଜଡ଼ିତ। ପୁର ଶବ୍ଦ ଥିବା ସ୍ଥାନ ପ୍ରାଚୀନ ଐତିହ୍ୟର ଗୋଟିଏ ଗୋଟିଏ ସ୍ମାରକୀ। ଭାରତର ପ୍ରତ୍ୟେକ ଭାଷାରେ ‘ପୁର’ ଶବ୍ଦ ଥାଇ ଗଁା ଅଛି, ନଗର ବି ଅଛି। ଯେପରିକି ଏଇ ଶବ୍ଦ ଆମ ପରମ୍ପରାରେ ଜଗତ ସହିତ ରହିଛି। ଉଦାହରଣ ସ୍ବରୂପ ମର୍ତ୍ତ୍ୟପୁର, ଯମପୁର, ବୈକୁଣ୍ଠପୁର ଓ ସ୍ବର୍ଗପୁର। ସ୍ବର୍ଗପୁରରେ ଇନ୍ଦ୍ର ଯେଉଁଠି ରହୁଛନ୍ତି, ତାକୁ କହୁଛୁ ଇନ୍ଦ୍ରପୁରୀ। ସେହିପରି ମର୍ତ୍ତ୍ୟପୁରରେ ଯେଉଁଠି ଦାରୁଦିଅଁ ବିଜେ କରିଛନ୍ତି ତାହାକୁ କହୁଛୁ ‘ଶ୍ରୀଜଗନ୍ନାଥପୁରୀ’।
ପୁର ଶବ୍ଦର ରହସ୍ୟ ଜାଣିବାକୁ ହେଲେ ଦର୍ଶନଶାସ୍ତ୍ରକୁ ଯିବାକୁ ହୁଏ। ଆତ୍ମାର କେନ୍ଦ୍ର ହେଉଛନ୍ତି ଅବ୍ୟୟପୁରୁଷ। ମଣିଷ ମଧ୍ୟରେ ଥିବା ମନକୁ କୁହାଯାଏ ‘ଅବ୍ୟୟମନ’। ଅବ୍ୟୟମନର ସୃଷ୍ଟି ମୂଳରେ ରହିଛନ୍ତି ଅବ୍ୟୟପୁରୁଷ। ଅବ୍ୟୟମନ ସାକ୍ଷୀ ହୁଏ ମୁକ୍ତିକାଳରେ। ମୁକ୍ତି ସମୟରେ ମାୟାର ବନ୍ଧନ ଖୋଲି ଖୋଲି ଯାଏ। ତେଣୁ ଜୀବର ମାୟାଭାବ ଦୂର କରନ୍ତି ସେହି ଅବ୍ୟୟପୁରୁଷ। ମାଧ୍ୟମ ହେଉଛି ତାଙ୍କରି ଦ୍ୱାରା ସୃଷ୍ଟି ହୋଇଥିବା ‘ମନ’। ଅବ୍ୟୟମନକୁ କୁହାଯାଏ ‘ପୁର’। ଅର୍ଥାତ୍‌ ମାୟାଭାବ ଯେଉଁଠି ସଙ୍କୁଚିତ ହୁଏ ତାହା ହେଉଛି ପୁର। ମୁକ୍ତିର ସାକ୍ଷୀ ହେଲା ପରି ମନ ମଧ୍ୟ ମାୟାଭାବର ଅପସାରଣ କାଳରେ ସାକ୍ଷୀ ହୁଏ। ଯେଉଁଠି ମାୟାଭାବ ଅପସାରଣ ହୋଇଯାଏ, ତାହା ହେଉଛି ପୁର। ଆମେ ଜାଣିଛେ, ମାୟାଭାବ ଅପସାରଣ ପରେ ମନ ହୋଇଯାଏ ପରାତ୍ପର। ୟାର ଅର୍ଥ ଆତ୍ମା ଅଲଗା, ମାୟା ବି ଅଲଗା। ଏହା ମନର ଏକ ଅବସ୍ଥା। ପୁରର ଭାବ ପୁରୀ। ଯେଉଁଠି ପୁର ଭାବ (ପରାତ୍ପରଭାବ) ନଷ୍ଟ ହୋଇଯାଏ, ଅର୍ଥାତ୍‌ ଆଉ ‘ଦୁଇ’ ଭାବ ନ ଥାଏ। ଏକ ଭାବ ଥାଏ, ତାହା ହେଉଛି ‘ପୁରୀ’।
ଯେଉଁଠି ସୃଷ୍ଟି ପୂର୍ଣ୍ଣ, ଅନ୍ତରୀକ୍ଷ ପୂର୍ଣ୍ଣ ଆଉ ମହୋଦଧି ବି ପୂର୍ଣ୍ଣ। ଯେଉଁଠି ସମଗ୍ର ସ୍ଥୂଳଭାଗ ବି ପୂର୍ଣ୍ଣ। ସମଗ୍ର ସୂକ୍ଷ୍ମଭାବ ବି ପୂର୍ଣ୍ଣ। ସମସ୍ତ ଅସ୍ତିତ୍ୱପୂର୍ଣ୍ଣ, ପୁଣି ଶୂନ୍ୟ ବି ପୂର୍ଣ୍ଣ। ତେଣୁ ‘ପୁରୀ’ରେ କର୍ତ୍ତାଭାବ ଅଲଗା ହୋଇଯାଏ। କର୍ମଭାବ ହିଁ ଅନୁଭବ ହୁଏ। ଏଠି ଅକର୍ମ ଅଲଗା, ସମର୍ପଣ ଅଲଗା, ବିଦ୍ୟା ବି ଅଲଗା। ଅବିଦ୍ୟାର ପ୍ରଭାବ ବଦଳି ବଦଳି ଯାଏ ପ୍ରତି ମୁହୂର୍ତ୍ତରେ।
ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ ‘ମୁଁ କିଏ?’। ମାୟାଜାଲରେ ତା’ର ଉତ୍ତର ପାଏନି ମଣିଷ। ମନ କେବେ ବି ସହଜରେ ନିଜ ସ୍ବରୂପକୁ ଠଉରେଇପାରେ ନାହିଁ। ତେଣୁ ତ ପ୍ରଶ୍ନ କରେ ମୁଁ କିଏ? ଯେଉଁଠି ମାୟାଜାଲରୁ ମୁକୁଳି ଯିବାର ଉତ୍ତର ମିଳେ, ତାହା ହେଉଛି ପୁରୀ। ମୁକୁଳିଗଲେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତିସତ୍ତା ଆଉ ନ ଥାଏ। ସେଇ ହେଉଛି ମୁକ୍ତି। ମୁକ୍ତି ଯେଉଁଠି ପୁରୀ ସେଇଠି, ଅନୁଭବ ହୁଏ କର୍ତ୍ତା ସେଇ, ଭୋକ୍ତା ସେଇ, ସାକ୍ଷୀ ବି ସେଇ। ତେଣୁ କୁହାଯାଏ ମୁକ୍ତି ହେଉଛି ଏକ ଭାବ। ବ୍ୟକ୍ତି ହେଉଛି ପ୍ରତିବିମ୍ବ ମାତ୍ର। କେଉଁଠି? ଜଗତରେ। ଜଗତ କ’ଣ? ବ୍ରହ୍ମଙ୍କର ପୂର୍ଣ୍ଣ ଅଭିବ୍ୟକ୍ତି। ସେ ପୂର୍ଣ୍ଣଭାବ ଯେଉଁଠି ପ୍ରାପ୍ତ ହୁଏ, ତାହା ହେଉଛି ଶ୍ରୀଜଗନ୍ନାଥ ପୁରୀ। ପୂର୍ଣ୍ଣଭାବ ପରେ ବ୍ୟକ୍ତି ଅନୁଭବ କରେ ନା ସ୍ବର୍ଗ, ନା ନର୍କ, ନା ମୋକ୍ଷ। ତା’ହେଲେ ରହେ କ’ଣ? ରହେ କେବଳ ପୁରୀଭାବ ଅର୍ଥାତ୍‌ ‘ପୂର୍ଣ୍ଣ’ ଭାବ। ‘ପୁର’ ଭାବ ବି ତା’ର ନଷ୍ଟ ହୋଇ ସାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri