ନିର୍ଣ୍ଣାୟକ ହେବେ ୩୦,୭୮୯ ନୂଆ ଭୋଟର

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦଶରଥପୁର ଓ ବଡ଼ଚଣା ବ୍ଲକର ୯ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୭୮ ପଞ୍ଚାୟତରେ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଶରଥପୁର ଓ ବଡ଼ଚଣା ବ୍ଲକରେ ମୋଟ ଭୋଟରଙ୍କ ସଂଖ୍ୟା ୩,୪୦,୧୮୫ ଥିଲା। ଏଥର ୩,୭୦,୯୭୪ ଭୋଟର ୧୧୨୯ବୁଥ୍‌ରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏହି ୫ ବର୍ଷ ମଧ୍ୟରେ ୩୦,୭୮୯ ନୂଆ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ସେହି ଭୋଟରମାନେ ଜିଲା ପରିଷଦ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ମତ ପ୍ରକାଶ ପାଇଛି।
ଅନ୍ୟପକ୍ଷେ ଦଶରଥପୁର ବ୍ଲକ୍‌ର ୪୯୨ ବୁଥ୍‌ରୁ ୫୬ ଉତ୍ତେଜନା ଓ ୩୦ ଅତି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ସେହିପରି ବଡ଼ଚଣା ବ୍ଲକର ୬୩୭ ବୁଥ୍‌ରୁ ୧ଶହ ଉତ୍ତେଜନା ପ୍ରବଣ ବୁଥ୍‌ ରହିଛି। ଏହି ବ୍ଲକରେ ଅତି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ ହୋଇନାହିଁ। ଦଶରଥପୁର ବ୍ଲକର ୩୫ ପଞ୍ଚାୟତ ୧୫୪ ଗ୍ରାମର ୧୭୫୯୮୯ ଭୋଟର ୩୫ ଜଣ ସରପଞ୍ଚ ଓ ସମିତି ସଭ୍ୟ, ୪ ଜିଲା ପରିଷଦ ଓ ୪୯୨ ୱାର୍ଡ ମେମ୍ବରଙ୍କୁ ନିର୍ବାଚିତ କରିବେ। ସେହିପରି ବଡ଼ଚଣା ବ୍ଲକର ୪୩ ପଞ୍ଚାୟତର ୨୬୩ ଗ୍ରାମର ୧୯୪୯୮୫ ଭୋଟର ୪୩ ସରପଞ୍ଚ ଓ ସମିତି ସଭ୍ୟ, ୫ ଜିଲା ପରିଷଦ ଓ ୬୩୭ ୱାର୍ଡ ମେମ୍ବରଙ୍କୁ ନିର୍ବାଚିତ କରିବେ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ବ୍ୟାପକ ହିଂସାକାଣ୍ଡ ସମେତ ବୁଥ୍‌ କ୍ୟାପ୍‌ଚରିଂ ଓ ବୋମାମାଡ଼ ହୋଇଥିଲା ା ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ସେହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ତାହା ଉପରେ ପୋଲିସ ତୀକ୍ଷ୍‌ଣ ନଜର ରଖିଛି।
ଦଶରଥପୁର ବ୍ଲକର ୪ ଜିଲା ପରିଷଦ ଜୋନ୍‌ରେ ବିଜେଡି ଓ ଭାଜପାର ଲଢେଇ ହେଉଛି। ସେଠାରେ ପୂର୍ବଭଳି ଭାଜପା ସେତେଟା ସକ୍ରିୟ ନ ଥିବା ମନେହେଉଛି। ତେଣୁ ବିଜେଡି ପାଇଁ ନିର୍ବାଚନୀ ବୈତରଣୀ ପାର ହେବା ଅତି ସହଜ ହେବ ବୋଲି ଚର୍ଚ୍ଚା ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଏଠାରେ ଆଖିଦୃଶିଆ ସଫଳତା ପାଇଥିଲା। ୭ନଂ. ଜୋନ୍‌ରେ ବିଜେଡିକୁ ୧୨,୮୪୩ ଭୋଟ ମିଳିଥିଲାବେଳେ ଭାଜପାକୁ ୧୫,୬୯୦ ଭୋଟ ମିଳିଥିଲା। ଏଠାରେ ଭାଜପାର ମାମିନା ମଲ୍ଲିକ ବିଜୟୀ ହୋଇଥିଲେ। କଂଗ୍ରେସ ସମସ୍ତ ୪ ଜୋନ୍‌ରେ ଅମାନତ ହରାଇଥିଲା। ହେଲେ ଇତିମଧ୍ୟରେ ମାମିନା ଭାଜପା ଛାଡି ବିଜେଡିରେ ଯୋଗଦେଇ ୬ନଂ. ଜିଲାପରିଷଦ ଜୋନ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ଏହି ବ୍ଲକରେ ଏଥର ୧୫ ପ୍ରାର୍ଥୀ ଅଛନ୍ତି। ୧୦,୧୫୧ ଭୋଟର ନୂଆ ଭାବେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ହାରଜିତର ବ୍ୟବଧାନ ପ୍ରାୟ ୬ ହଜାରରୁ ୩ ହଜାର ପର୍ଯ୍ୟନ୍ତ ରହିଥିଲା। ତେଣୁ ଏହି ନୂଆ ଭୋଟରଙ୍କ ଉପରେ ଏଥର ହାରଜିତ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି। ତଥାପି ଗତ ନିର୍ବାଚନରେ ଭାଜପାର ଭୋଟ ହାର ବୃଦ୍ଧି ବିଜେଡିକୁ ଏଥର ଚିନ୍ତାରେ ପକାଇଛି। ଭାଜପା ମଧ୍ୟ ଲୋକଙ୍କ ଆସ୍ଥାଭାଜନ ହେବାକୁ ସମସ୍ତ କୌଶଳ ଆପଣାଉଛି। ତେଣୁ ଉଭୟ ଦଳ ପକ୍ଷରୁ ଏହି ବ୍ଲକର କେତେକ ସ୍ଥାନରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି। ଏଥିମଧ୍ୟରୁ ୩ ଜୋନ୍‌ରେ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରୁଥିବାବେଳେ ୭ ନମ୍ବର ଜୋନ୍‌ରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରଚାରର ମଙ୍ଗ ଧରିଛନ୍ତି। ଏଣୁ ଜେନତେନ ପ୍ରକାରେଣ ଏହି ୪ ଜୋନ୍‌କୁ ଅକ୍ଷୁଣ୍ଣ ରଖିବା ପାଇଁ ଉଭୟଙ୍କ ସମର୍ଥକ ରାତିଦିନ ଏକ କରିଦେଇଥିବା ଦେଖିବାକୁ ମିଳିଛି। ଏହା ୨ ପ୍ରଭାବଶାଳୀ ନେତାଙ୍କ ସମ୍ମାନର ପ୍ରଶ୍ନ ହେବ ବୋଲି ମତ ପ୍ରକାଶ ପାଇଛି।
ବଡ଼ଚଣା ବ୍ଲକର ୫ ଜିଲା ପରିଷଦ ଆସନକୁ ୨୦୧୭ ନିର୍ବାଚନରେ ବିଜେଡି ହାତେଇଥିଲା। ଏଥର ଏହି ବ୍ଲକରେ ୨୦, ୬୩୮ ନୂଆ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେଣୁ କେଉଁ ଆଡକୁ ଏହି ନୂଆ ଭୋଟର ମୁହଁାଛନ୍ତି ତାହା ପଞ୍ଚାୟତ ନିର୍ବାଚନର ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଏଠାରେ ମାତ୍ର ୧୫୦୦ ଭୋଟ ପଛରେ ରହିଥିଲା। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏଠାରେ ପ୍ରଚାରର ମଙ୍ଗ ଧରିଛନ୍ତି। ଅନ୍ୟପକ୍ଷେ ଭାଜପା ନେତା ଅମର ନାୟକ ବିଧାନସଭା ନିର୍ବାଚନ ପରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସେତେଟା ଧ୍ୟାନ ଦେଇ ପାରିନାହାନ୍ତି। ତେଣୁ ଏହି ନିର୍ବାଚନରେ ଫଳାଫଳକୁ ନେଇ ଉଭୟ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri