‘ସ୍ଥିତି ଦେଖି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନିଆଯିବ’

ଭୁବନେଶ୍ବର,୩।୨(ବ୍ୟୁରୋ) କରୋନା ସ୍ଥିତି ନେଇ ଜନ ସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓମିସିୟୋର କିଟ୍‌ରେ ହାରାହାରି ୩୧୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଡେଲ୍‌ଟାର ଉପସ୍ଥିତି ରହିଛି। ସେହି କାରଣରୁ ମୃତ୍ୟୁ ହେଉଛି। ସ୍କୁଲ୍‌ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି, ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ଜନ ସାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।