‘ପାଣିପାଗ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି’

ଭୁବନେଶ୍ୱର,୩୦।୪(ବ୍ୟୁରୋ): କଲେଜ ଛୁଟି ବୃଦ୍ଧି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ପାଣିପାଗ ସ୍ଥିତି ଦେଖି କଲେଜ ଛୁଟି ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ କଲେଜଗୁଡିକୁ ମେ’୨ ଯାଏ କ୍ଲାସ୍‌ ବନ୍ଦ ରଖିବବାକୁ ନିଷ୍ପତ୍ତି ନେଇଥିଲେ।
ଅନ୍ୟପଟେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ନାମଲେଖା ଘଟଣାରେ ମନ୍ତ୍ରୀ କହିଛନ୍ତି ଯେ, ‘ଯେଉଁମାନେ ଜାଲ ସାର୍ଟିଫିକେଟ୍‌ ଦେଇ ନାମ ଲେଖାଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ।’