Categories: ଜାତୀୟ

୪୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଜୟପୁର,୨୫ା୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି।। ଶନିବାର ରାଜସ୍ଥାନରେ ୨୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜସ୍ଥାନରେ ମୋଟ୍‌ ୪୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସବୁଠାରୁ ଅଧିକ ୨୮ ଆକ୍ରାନ୍ତ ଜୟପୁରରୁ ହିଁ ଚିହ୍ନଟ ହୋଇଛନ୍ତି।

Share