ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ ଚର୍ଚ୍ଚାରେ ରହୁଥିଲେ। ହୃଦ୍‌ଘାତରେ ଶ୍ରୀନଗରର ଏଲାହି ବାଗରେ ଜୁନାଦଙ୍କ ମୃତ୍ୟୁ ଘଟିଛି। ଏହି ସୂଚନା କାଶ୍ମୀରର ପ୍ରସିଦ୍ଧ ଖବରଦାତା ୟୁସୁଫ ଜୁନାଦ ପ୍ରଦାନ କରିଛନ୍ତି।

ୟୁସୁଫ ଜୁନାଦ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ କରି କହିଛନ୍ତି ଯେ, ଜୁନାଦ ଶାହା ଆଉ ଏହି ଦୁନିଆରେ ନାହାନ୍ତି। ସେ ତାଙ୍କ ଟୱିଟରେ ଲେଖିଛନ୍ତି, ‘ବିଳମ୍ବିତ ରାତିରେ ଆମ ପଡ଼ୋଶୀ ନିସର ଅହମ୍ମଦ ଶାହାଙ୍କ ପୁଅ ଜୁନାଦ ଶାହାଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଲୋକମାନେ ତାଙ୍କୁ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯାଉଥିବା କୁହନ୍ତି।

ରଣବୀର କପୁରଙ୍କ ଭଳି ଦେଖାଯାଉଥିବାରୁ ଜୁନାଦ ବେଶ ପ୍ରସିଦ୍ଧ ଥିଲେ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ଅଧିକ ଥିଲେ। ଜୁନାଦ ରଣବୀରଙ୍କ ଜୀବନଶୈଳୀକୁ ମଧ୍ୟ ଅନୁସରଣ କରୁଥିଲେ। ପ୍ରଶଂସକଙ୍କ ବ୍ୟତୀତ ରଣବୀର କପୁରଙ୍କ ପିତା ତଥା ଭେଟେରାନ ଅଭିନେତା ଋଷି କପୁର ମଧ୍ୟ ଜୁନାଦ ଶାହାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରଥେିଲେ।

୨୦୧୫ ରେ ଋଷି କପୁର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ପୁଅ ରଣବୀର ଏବଂ ଜୁନାଦଙ୍କ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ଜୁନାଦଙ୍କୁ ପ୍ରଶଂସା କରିଥିଲେ। ଟୁଇଟର ଲେଖିଥିଲେ, ‘ହେ ଭଗବାନ ମୋ ପୁଅର ଚେହେରା !!! ଏହାକୁ ବିଶ୍ୱାସ କରିହେବନି’।

୨୦୦୭ରେ ଯେତେବେଳେ ରଣବୀର ସାୱରିଆ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ, ଜୁନାଦ କଲେଜରେ ପଢ଼ୁଥିଲେ। ଏହି ଚଳଚ୍ଚିତ୍ର ପରେ ଲୋକମାନେ ଜୁନାଦଙ୍କୁ ରଣବୀର କପୁରଙ୍କ ଭଳି ଦେଖାଯାଉଥିବା କହିବା ଆରମ୍ଭ କଲେ। ଜୁନାଦ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ପାସ୍‌ କରିଥିଲେ। ଏହା ପରେ ସେ ମଡେଲିଂ ଆରମ୍ଭ କଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri