ଧରିତ୍ରୀ ବରଗଡ଼ ଜିଲା ପ୍ରତିନିଧିଙ୍କ ପିତୃ ବିୟୋଗ

ସରଣ୍ଡା,୨୭।୯(ଯୁଧିଷ୍ଠିର ମହାପାତ୍ର): ଧରିତ୍ରୀର ବରଗଡ଼ ଜିଲା ପ୍ରତିନିଧି ପ୍ରେମାନନ୍ଦ ଖମାରୀଙ୍କ ପିତା ଶତପଥୀ ଖମାରୀ(୮୭)ଙ୍କର ମଙ୍ଗଳବାର ଅପରାହ୍ନରେ ତାଙ୍କ ଅତାବିରା ବ୍ଲକ ବୁଗୁବୁଗା ଗହ୍ମାଟିକ୍ରାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। କିଛିଦିନ ତଳେ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ। ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡପୁଅ କିଶୋର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଖମାରୀ ଅତାବିରା ଅଞ୍ଚଳରେ ଜଣେ ଜଣାଶୁଣା ଚାଷୀ ଓ ପରୋପକାରୀ ବ୍ୟକ୍ତିଭାବେ ପରିଚିତ। ୬ପୁଅ କିଶୋର, ଅଶୋକ, ହୃଷୀକେଶ, ପ୍ରେମାନନ୍ଦ, ସରୋଜ ଓ ମନୋଜ ଏବଂ ତିନିଝିଅ ଲଳିତା, ମାଧବୀ ଓ ନଳିନୀ ତଥା ନାତି ନାତୁଣୀଙ୍କୁ ସେ ଛାଡ଼ି ଯାଇଛନ୍ତି। ତାଙ୍କ ସ୍ତ୍ରୀଙ୍କର ଅନେକ ଦିନରୁ ମୃତ୍ୟୁ ହୋଇସାରିଛି।