ପୃଥିବୀର ମୃତ୍ୟୁ

ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ ହେବ। ଆଉ ପୃଥିବୀର ଏହି ମୃତ୍ୟୁର କାରଣ ହେବ ତା’ର ଜନ୍ମଦାତା ତଥା ଆମ ସୌରଜଗତର ମୁଖିଆ ନିଜେ ସୂର୍ଯ୍ୟ। ସୂର୍ଯ୍ୟ ପ୍ରକୃତରେ ଏକ ନକ୍ଷତ୍ର, ଯାହା ଆଗାମୀ ଦିନରେ ପୃଥିବୀକୁ ଗିଳି ଦେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ନିଜ ଗ୍ରହକୁ ଗିଳିଦେଲା ତାରା
୨୦୨୦ ମସିହା ମେ’ରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ର ବୈଜ୍ଞାନିକମାନେ ମହାକାଶରେ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ। ଗରୁଡ଼ ନକ୍ଷତ୍ରମଣ୍ଡଳ (Aquilla)ରେ ଆମଠାରୁ ୧୨୦୦ ଆଲୋକବର୍ଷ ଦୂରତାରେ ଥିବା ଗୋଟିଏ ତାରା (ନାମ-ZTF SLRN-୨୦୨୦) ହଠାତ୍‌ ଅସମ୍ଭବ ତେଜୋଦୀପ୍ତ ହୋଇ ଉଠି ଆକାରରେ ଫୁଲିବାକୁ ଲାଗିଲା। ମାତ୍ର ୧୦ ଦିନର ବ୍ୟବଧାନରେ ଏହା ଉଜ୍ଜ୍ୱଳତାରେ ପ୍ରାୟ ୧୦୦ ଗୁଣ ବୃଦ୍ଧି ପାଇ ପ୍ରସାରିତ ହେବାକୁ ଲାଗିଲା। ଏହା ଘଟଣାକ୍ରମେ ନିଜର ବୃହସ୍ପତି ଭଳି ଆକାରର ଗୋଟିଏ ଗ୍ୟାସୀୟ ଗ୍ରହର କକ୍ଷପଥ ଅତିକ୍ରମ କରି ଏକ ଭୟାନକ ଦାନବ ସଦୃଶ ଗ୍ରହଟିକୁ ସମ୍ପୂର୍ଣ୍ଣ ଗିଳିଦେଲା ଏବଂ ଗ୍ରହଟି ତାରାର ବିଶାଳ ବପୁ ମଧ୍ୟରେ ଅନ୍ତର୍ହିତ ହୋଇଗଲା। ଏହିପରି ଭାବରେ ମହାକାଶରେ ଏକ ଗ୍ରହର ଅପମୃତ୍ୟୁ ଘଟିଲା। ସମୟକ୍ରମେ, ତାରାଟି ଉଜ୍ଜ୍ୱଳତାରେ ହ୍ରାସ ପାଇ ପୁଣି ପୂର୍ବାବସ୍ଥାକୁ ଫେରି ଆସିଲା।
ବୈଜ୍ଞାନିକମାନେ ପ୍ରଥମେ ଏହି ଘଟଣାକୁ ଦୁଇଟି ନକ୍ଷତ୍ରର ସଂଘର୍ଷ ବୋଲି ଧରି ନେଇଥିଲେ। ମାତ୍ର ପରବର୍ତ୍ତୀ ପରୀକ୍ଷାରୁ ଜଣାପଡ଼ିଲା ଯେ, ଦୁଇଟି ନକ୍ଷତ୍ରର ସଂଘର୍ଷରୁ ଯେତିକି ଶକ୍ତି ଉତ୍ପନ୍ନ ହେବା କଥା, ଏଥିରେ ତା’ଠାରୁ ଯଥେଷ୍ଟ କମ୍‌ ଶକ୍ତି ଉତ୍ସର୍ଜିତ ହେଉଛି। ପରବର୍ତ୍ତୀ ସମୟରେ, ବୈଜ୍ଞାନିକମାନେ ଏହାକୁ ଇନଫ୍ରାରେଡ୍‌ ତରଙ୍ଗ ଦୈର୍ଘ୍ୟରେ ପର୍ଯ୍ୟବେକ୍ଷଣ କରିବାରୁ ଏହି ସ୍ଥାନରେ ଏକ ବିଶାଳକାୟ ଧୂଳିର ପିଣ୍ଡ ଦେଖିବାକୁ ମିଳିଥିଲା। ସୁତରାଂ ଏହା ଯେ ଏକ ମତ ତାରାପିଣ୍ଡର ଅବଶେଷ, ତାହା ସ୍ପଷ୍ଟ ହୋଇଯାଇଥିଲା। ବୈଜ୍ଞାନିକମାନଙ୍କୁ ଏହି ପ୍ରକ୍ରିୟାକୁ ବିଶ୍ଳେଷଣ କରି ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚତ୍ବା ପାଇଁ ତିନି ବର୍ଷ ସମୟ ଲାଗିଯାଇଥିଲା।
ବୈଜ୍ଞାନିକମାନେ ପୂର୍ବରୁ କୌଣସି ବୟସ୍କ ଗ୍ରହ ନିଜର ପରିଣତ ବୟସରେ ଅଚାନକ ପ୍ରସାରିତ ହୋଇ ନିଜ ଗ୍ରହମାନଙ୍କୁ ଭକ୍ଷଣ କରିବା କଥା କେବଳ ପଢିଥିଲେ, ମାତ୍ର ଏହାକୁ ସ୍ବଚକ୍ଷୁରେ କେବେ ଦେଖି ନଥିଲେ। ଏମ.ଆଇ.ଟି.ର ଜଣେ ଗବେଷକ କିଶଳୟ ଦେ’ କହନ୍ତି ଯେ, ”ଆମ ସୂର୍ଯ୍ୟ ମଧ୍ୟ ଦିନେ ପୃଥିବୀକୁ ଗ୍ରାସ କରିବ ବୋଲି ଆମେ ଜାଣିଛେ। ମାତ୍ର ଏହା ସତ କି ମିଛ ପରୀକ୍ଷା କରିବା ପାଇଁ ଆମ ପାଖରେ କୌଣସି ଉପାୟ ନ ଥିଲା। ଆମେ ଏବେ ପ୍ରତ୍ୟକ୍ଷ ଭାବେ ଏହାର ଏକ ନମୁନା ସିଧାସଳଖ ଅନ୍ତରୀକ୍ଷରେ ଦେଖିବାକୁ ପାଇଲେ!“
ନକ୍ଷତ୍ରର ମୃତ୍ୟୁ
କୌଣସି ନକ୍ଷତ୍ର ମୁଖ୍ୟତଃ ହାଇଡ୍ରୋଜେନ ଗ୍ୟାସରେ ଗଢ଼ା। ନକ୍ଷତ୍ରର ଅଭ୍ୟନ୍ତର ଏକ ବୃହତ୍‌ ପରମାଣୁ ରିଆକ୍ଟର ସଦୃଶ। ଏଠାରେ ହାଇଡ୍ରୋଜେନର ନିଉକ୍ଲିୟସ୍‌ ସବୁ ଏକ ତାପ-ନାଭିକୀୟ ସଂଯୋଜନ (Thermonuclear Fusion) ପ୍ରତିକ୍ରିୟା ଦ୍ୱାରା ପରସ୍ପର ସହିତ ସଂଯୋଜିତ ହୋଇ ହିଲିୟମ୍‌ ନିଉକ୍ଲିୟସରେ ରୂପାନ୍ତରିତ ହୁଅନ୍ତି। ଏହି ପ୍ରକ୍ରିୟାରେ କିଛି ବସ୍ତୁତ୍ୱର ବିଲୋପନ ଘଟିଥାଏ। ଏହା ଶକ୍ତିରେ ପରିଣତ ହେବାଦ୍ୱାରା ନକ୍ଷତ୍ରଟିର ବିପୁଳ ଶକ୍ତିଉତ୍ସ ସଷ୍ଟି ହୁଏ ଯାହା ତାପ ଓ ଆଲୋକ ରୂପରେ ବିକିରିତ ହୁଏ। ନକ୍ଷତ୍ରଟି ନିଜର ଜୀବିତ ଅବସ୍ଥାରେ ଆକାଶରେ ଏହିପରି ଆଲୋକ ଓ ଉତ୍ତାପ ବିକିରଣ କରି ଚାଲେ।
ମାତ୍ର ଦିନେ ନକ୍ଷତ୍ରର ଜୀବନରେ ନଇଁଆସେ ବୟସର ସନ୍ଧ୍ୟା। ନକ୍ଷତ୍ରର ସୀମିତ ହାଇଡ୍ରୋଜେନ ଇନ୍ଧନର ଉତ୍ସ ସରି ଆସେ ଏବଂ ଅଭ୍ୟନ୍ତରରେ ସଞ୍ଚାଳିତ ପ୍ରକ୍ରିୟାବଳୀ ସ୍ତିମିତ ହୋଇଯାଏ। ଏପରି ଅବସ୍ଥାରେ, ଅଭ୍ୟନ୍ତରରେ ଘଟୁଥିବା ଏହି ପ୍ରକ୍ରିୟା ନକ୍ଷତ୍ରର ଅନ୍ୟ ସମସ୍ତ ଅଂଶକୁ ସମ୍ପ୍ରସାରିତ ହୁଏ ଏବଂ ନକ୍ଷତ୍ରଟିର ଅବଶିଷ୍ଟ ଅଂଶରେ ଥିବା ହାଇଡ୍ରୋଜେନ୍‌ ନିୟୁକ୍ଲିୟସ ସବୁ ମଧ୍ୟ ହିଲିୟମ୍‌ରେ ପରିଣତ ହେବା ଆରମ୍ଭ କରନ୍ତି। ଫଳରେ ଉପରୋକ୍ତ ତାପ-ନାଭିକୀୟ ସଂଯୋଜନ ପ୍ରକ୍ରିୟା ବହୁଗୁଣିତ ହୋଇ ନକ୍ଷତ୍ରଟି ପ୍ରଚଣ୍ଡ ଶକ୍ତି ଉତ୍ସର୍ଜନ କରିବାକୁ ଲାଗେ। ଏହି ପ୍ରଚଣ୍ଡ ଶକ୍ତି ବଳରେ ନକ୍ଷତ୍ରଟି ନିଜର ମାଧ୍ୟାକର୍ଷଣ ସଙ୍କୋଚନ ସୀମା ଅତିକ୍ରମ କରି ଆକାରରେ ଯଥେଷ୍ଟ ଫୁଲି ଉଠେ। ଏହି ଅବସ୍ଥାରେ ନକ୍ଷତ୍ରରୁ ଉତ୍ସର୍ଜିତ ଆଲୋକ ନକ୍ଷତ୍ରର ଅଧିକ ପୃଷ୍ଠତଳ ଉପରେ ବିସ୍ତାରିତ ହେଉଥିବାରୁ ଏହା ରଙ୍ଗରେ ଲାଲ ଦେଖାଯାଏ। ନକ୍ଷତ୍ରର ଏହି ବିଶାଳ ଲାଲ ବର୍ଣ୍ଣର ରୂପକୁ ଲୋହିତ ଦାନବ (Red Giant) କହନ୍ତି। ଏହି ଅବସ୍ଥାରେ ନକ୍ଷତ୍ରଟି ଏତେ ପ୍ରସାରିତ ହୁଏ ଯେ, ଏହା କିଛି ଗ୍ରହଙ୍କ କକ୍ଷପଥକୁ ଲାଗି ଆସି ଗ୍ରହମାନଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବାର ସମ୍ଭାବନା ସୃଷ୍ଟି ହୁଏ।
ସୂର୍ଯ୍ୟ ପୃଥିବୀକୁ ଗ୍ରାସ କରିବ
ଆମର ତାରା ସୂର୍ଯ୍ୟ ୪୫୦ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ସୂର୍ଯ୍ୟର ଆୟୁଷ ପ୍ରାୟ ଅଧାଅଧି ସରିଗଲାଣି। ଏହା ଏବେ ନିଜର ଯୁବାବସ୍ଥାରେ ଅଛି ଏବଂ ଅନ୍ତରୀକ୍ଷରେ ପ୍ରଚୁର ଆଲୋକ ଓ ଉତ୍ତାପ ବିକିରଣ କରି ଚାଲିଛି। ଗଣନାରୁ ଜଣାଯାଏ ଯେ, ଏହା ଆଉ ପ୍ରାୟ ୪୫୦ କୋଟି ବର୍ଷ ପରେ ‘ଲୋହିତ ଦାନବ’ ଅବସ୍ଥାରେ ପହଞ୍ଚତ୍ବ ଏବଂ ନିଜେ ସୃଷ୍ଟି କରିଥିବା ଗ୍ରହମାନଙ୍କୁ ଗ୍ରାସ କରିବ। ଅନ୍ୟପକ୍ଷରେ ଜାଣିବାକୁ ମିଳେ ଯେ, ସୂର୍ଯ୍ୟ ଏହି ଅବସ୍ଥାରେ ନିକଟତମ ଗ୍ରହ ବୁଧ ଓ ଶୁକ୍ରଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରି ପୃଥିବୀର ଅତି ପାଖକୁ ଲାଗି ଆସିବ। ଏହି ଅବସ୍ଥାରେ ସୂର୍ଯ୍ୟର ପ୍ରଚଣ୍ଡ କିରଣରେ ପୃଥିବୀର ବାତାବରଣ ଅତିଶୟ ଉତ୍ତପ୍ତ ପାଲଟିଯିବ। ଏହି ପ୍ରଚଣ୍ଡ ତାପମାତ୍ରାରେ ସମୁଦ୍ରର ସମସ୍ତ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ଭରିଯିବ। ଜଳୀୟବାଷ୍ପ ଏକ ଉତ୍ତମ ସବୁଜଘର ଗ୍ୟାସ୍‌ ହୋଇଥିବାରୁ ଏହା ପୃଥିବୀରୁ ବିକିରିତ ତାପରଶ୍ମିକୁ ଅବଶୋଷଣ କରିବା ହେତୁ ପୃଥିବୀର ତାପମାତ୍ରା ଆଶାତୀତ ବୃଦ୍ଧି ପାଇବ ଏବଂ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ। ଘଟଣାକ୍ରମେ, ସୂର୍ଯ୍ୟ ପୃଥିବୀର ଆହୁରି ପାଖକୁ ଲାଗି ଆସି ପୃଥିବୀକୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଏବଂ ଏହିପରି ଭାବରେ ପୃଥିବୀର ମୃତ୍ୟୁ ହେବ।
ସୁତରାଂ ଯେଉଁ ସୂର୍ଯ୍ୟ ଦିନେ ପୃଥିବୀକୁ ଜନ୍ମ ଦେଇଥିଲା, ସେ ଆଗାମୀ ଦିନରେ ହିଂସ୍ର ପାଲଟିଯାଇ ନିଜର ସନ୍ତାନ ପୃଥିବୀକୁ ଧ୍ବଂସ କରିବ। ମାତ୍ର ଆମେ ଏଥିରେ ବିବ୍ରତ ହେବା ଉଚିତ ନୁହେଁ; କାରଣ ଏହା ଦୀର୍ଘ ୪୫୦ କୋଟି ବର୍ଷ ପରେ ଘଟିବ ଯେତେବେଳେ ଆମେ କିମ୍ବା ଆମର ନିକଟ ବଂଶଧର କେହି ଜୀବିତ ନଥିବେ!

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?