ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ମାଧପୁର,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଅଧୀନ କିଆକଟା ପଞ୍ଚାୟତର ମୁଣ୍ଡାପଡ଼ା ଗ୍ରାମ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଖବରପାଇ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିକାରୀଙ୍କ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ମାଧପୁର ରେଞ୍ଜର ସନ୍ତୋଷ ଭୋଇଙ୍କ ସହିତ ଯୋଗାଯୋଗ କରିବାରୁ ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ ବୋଲି କହିଛନ୍ତି।