ଭିନ୍ନମୋଡ଼ ନେଉଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ମାମଲା

ରାଉରକେଲା,୧୩ା୧୦(ଦିନେଶ ମିଶ୍ର): ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା ଭିନ୍ନମୋଡ ନେଉଛି। ସୁସ୍ମିତାଙ୍କ ଓକିଲ ବିସ୍ମୟ ଦାସଙ୍କ କହିବା ଅନୁଯାୟୀ, ସୁସ୍ମିତା ୨୦୨୦ ଫେବୃଆରୀ ୧୪ରେ ରାଜଗାଙ୍ଗପୁରରେ ବାସ କରୁଥିବା ଶୁସିଲ ଟୋପ୍ପଙ୍କୁ ଜିଏଲ ଚର୍ଚ୍ଚରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଶାରିରୀକ, ମାନସିକ ଅତ୍ୟାଚାର କରୁଥିଲେ। ଫଳରେ ସୁସ୍ମିତା ଗତ ବର୍ଷ ମେ’ ମାସରେ ରାଉରକେଲା ପରିବାର ଅଦାଲତରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଫାଇଲ କରିଥିଲେ। ସ୍ବାମୀ ଶୁସିଲଙ୍କ ଅତ୍ୟାଚାର ସହି ନ ପାରି ସୁସ୍ମିତା ବହୁ ଦିନ ଧରି ଅଲଗା ରହୁଥିଲେ। ଛାଡପତ୍ର ସମସ୍ୟାର ସମାଧାନ ହୋଇ ନ ଥିବାବେଳେ ହଠାତ ଗତ ମାସ୧୯ରେ ସୁସ୍ମିତାଙ୍କ ମୃତଦେହ ରାଉରକେଲା ସେନ୍ସରୀ ପାର୍କରେ ଥିବା ଏକ କୃତ୍ରିମ ପୋଖରୀରୁ ପୋଲିସ ଜବତ କରିଥିଲା। ସୁସ୍ମିତାଙ୍କ ମୃତ୍ୟୁ ଖବର ସହରର ବିଭିନ୍ନ ମହଲରେ ଖେଳିଯିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଯାଇଥିଲା। ଏଥିସହ ସୁସ୍ମିତାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗକାରୀଙ୍କୁ ଯଥାଶୀଘ୍ର ଗିରଫ ପାଇଁ ଦାବି କରାଯାଇଥିଲା। ଏହି ଘଟଣାକୁ ନେଇ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଉଚ୍ଚସ୍ତରୀୟ ତଦନ୍ତ ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଥିଲା। ଅନ୍ୟପକ୍ଷେ ସୁସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସେ ଆତ୍ମହତ୍ୟା କରିଥିବା ଦର୍ଶାଯାଇଥିଲା। ହେଲେ ତାଙ୍କ ପରିବାର ଲୋକେ ଏହାକୁ ସ୍ବୀକାର କରି ନ ଥିଲେ। ଏହାକୁ ନେଇ ମୃତ୍ୟୁ ମାମଲାର ତଦନ୍ତଙ୍କୁ ବ୍ୟାପକ କରାଯାଇଛି। ଏନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ବିଭିନ୍ନ ଦିଗରୁ ତଦନ୍ତ ବର୍ତ୍ତମାନ ଜାରି ରଖିଛୁ। ଏହି ତଦନ୍ତ ପ୍ରକ୍ରିୟାରେ ପୋଲିସ ତାଙ୍କ ସ୍ବାମୀ ଶୁସିଲଙ୍କ ସହ ପରିବାର ଲୋକଙ୍କୁ ମିଶାଇ ୧୪ ଜଣଙ୍କୁ ଜେରା କରି ସାରିଲାଣି ା ଆଗାମୀ ଦିନରେ ଉକ୍ତ ଘଟଣାର ତଦନ୍ତ ସରିବା ପରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଏସ୍‌ପି ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri