Posted inଖେଳ

ଶ୍ରୀଲଙ୍କା କ୍ରିକେଟରଙ୍କ ଲାଗି ସମୟ ସୀମା ଜୁଲାଇ ୮

କଲମ୍ବୋ, ୬ା୭ (ପି.ଟି.)- ବିବାଦୀୟ ଜାତୀୟ ଚୁକ୍ତିରେ ତୁରନ୍ତ ସ୍ବାକ୍ଷର କରିବା ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏହାର କ୍ରିକେଟରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ସମୟସୀମା ଜୁଲାଇ ୮ ରଖାଯାଇଛି। ଯେଉଁମାନେ ଏହାର ଖିଲାପ କରିବେ, ଜୁଲାଇ ୧୩ରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁଥିବା ଘରୋଇ ସିରିଜ ପାଇଁ ଦଳ ଚୟନ ବେଳେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ। ଖେଳାଳିମାନେ ଇଂଲଣ୍ଡ ଟୁର୍‌ ଶେଷ କରି ମଙ୍ଗଳବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ଚୟନକର୍ତ୍ତାମାନେ ବାମହାତୀ ବ୍ୟାଟ୍ସମ୍ୟାନ ଭାନୁକା ରାଜପାକ୍‌ସେଙ୍କୁ ଦଳକୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଚୁକ୍ତି ସର୍ତ୍ତାବଳୀ ଭଙ୍ଗ କରିଥିବା ଅଭିଯୋଗରେ ରାଜପାକ୍‌ସେଙ୍କୁ ୨ବର୍ଷ ସସ୍‌ପେଣ୍ଡ ସହ ୫୦୦୦ ଡଲାର ଜରିମାନା ହୋଇଛି। ପୁନଶ୍ଚ ରାଜପାକ୍‌ସେ ମ୍ୟାନେଜମେଣ୍ଟର ଫିଟ୍‌ନେସ ସର୍ତ୍ତାବଳୀ ପୂରଣ କରିପାରି ନ ଥିଲେ। ଇଂଲଣ୍ଡ ଟୁର୍‌ ପୂର୍ବରୁ ଚୁକ୍ତିରେ ସ୍ବାକ୍ଷର ପାଇଁ ସମୟ ସୀମା ଜୁନ୍‌ ୩ତାରିଖ ରଖାଯାଇଥିଲା। ମାତ୍ର ଚୁକ୍ତି ପାଇଁ ଚୟନପ୍ରକ୍ରିୟାରେ ସ୍ବଚ୍ଛତା ପ୍ରଶ୍ନ ଉଠାଇ ଖେଳାଳିମାନେ ଏଥିରେ ସ୍ବାକ୍ଷର କରି ନ ଥିଲେ। ଅନ୍ୟପକ୍ଷରେ ଚୁକ୍ତିରେ ସ୍ବାକ୍ଷର ନ କରିବା ଦ୍ୱାରା ପ୍ରଶାସନ ଯଦି ସେମାନଙ୍କୁ ପାରିଶ୍ରମିକ ନ ଦିଏ ତଥାପି ସେମାନେ ଦେଶ ପାଇଁ ଖେଳିବା ଲାଗି ଇଚ୍ଛୁକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri