ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ,୧୭।୨(ଡି.ଏନ.ଏ.): ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡକୁ ଯାଉଥିବା ରାସ୍ତାକଡ଼ରେ ଶୁକ୍ରବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସେ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା(୨୩ )। ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ନଟୁ ଏକ ବାଇକରେ ଗଁରେଇ ଗ୍ରାମକୁ ପିନ୍ଧାଣି କାମରେ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ। ହେଲେ ଶୁକ୍ରବାର ସକାଳୁ ରାସ୍ତାକଡ଼ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏ ନେଇ ଟିଟିଲାଗଡ଼ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।