ଥାନା ସମ୍ମୁଖ ଝୁମ୍ପୁଡ଼ିରେ ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୧୫।୬, ସତ୍ୟଜିତ୍‌ ରାଉତ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସାମ୍ନାରେ ବୁଧବାର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଥାନା ନିକଟରୁ ପ୍ରାୟ ୩୦ ମିଟର ଦୂର ରାସ୍ତା କଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରୁ ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ନ ଥିବାରୁ ପୋଲିସ ଅଡ଼ୁଆରେ ପଡ଼ିଛି। ଯୁବକଙ୍କ ମୁହଁରୁ ରକ୍ତ ଝରୁଥିବା ଦେଖିବାକୁ ମିଳିଛି। ଏହି ରକ୍ତ ତାଙ୍କ ନାକରୁ ଝରୁଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ଗୁରୁବାର ମୃତଦେହର ବ୍ୟବଚ୍ଛେଦ ହେବ, ଏହାର ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତଦେହ ମିଳିଥିବା ସ୍ଥାନକୁ ପୋଲିସ ସିଲ୍‌ କରି ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରିଛି। ଗୁରୁବାର ସକାଳେ ସେଠାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ନମୁନା ସଂଗ୍ରହ କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମୃତବ୍ୟକ୍ତିଜଣକ କୌଣସି ଗାଡିର କର୍ମଚାରୀ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଥାନା ନିକଟରେ ଟ୍ରକ୍‌ ପାର୍କିଂ କରୁଥିବା ଡ୍ରାଇଭର ଓ ହେଲ୍‌ପର୍‌ମାନେ ରାସ୍ତା କଡ଼ରେ ଏକ ଅସ୍ଥାୟୀ ଝୁମ୍ପୁଡ଼ି ଘର ନିର୍ମାଣ କରିଛନ୍ତି। ସେଠାରେ ବହୁ ସମୟରେ ଡ୍ରାଇଭର ଓ ହେଲ୍‌ପରମାନେ ବିଶ୍ରାମ କରିବା ସହ ଖଟି ମଧ୍ୟ କରନ୍ତି। ତେବେ ଉକ୍ତ ଘରେ ଏକ ପ୍ଲାଇ ଓ ବାଉଁଶ ଦ୍ୱାରା ହୋଇଥିବା ଅସ୍ଥାୟୀ ଟେବୁଲ ଉପରେ ଯୁବକ ଜଣଙ୍କ ଶୋଇଥିବା ସା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖିବାକୁ ପାଇଥିଲେ। ଯୁବକ ଜଣଙ୍କ ଏକ ଫୁଲ୍‌ ସ୍ପୋଟର୍‌ସ ପ୍ୟାଣ୍ଟ ପିନ୍ଧିଥିବା ବେଳେ ମୁଣ୍ଡ ତଳେ ଏକ ଗାମୁଛା ଥିଲା। ଏଥିସହ ଏକ ନାଲି ବ୍ୟାନିଅନ୍‌ ତାଙ୍କ ମୁଣ୍ଡ ଉପରେ ଘୋଡ଼ା ହୋଇଥିଲା। ଲୋକମାନେ ତାଙ୍କୁ ଡାକିବାରୁ ସେ ଶୁଣି ନ ଥିଲେ। ତେଣୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ସେମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ହସ୍ପିଟାଲ ପଠାଇଥିଲା। ତେବେ ମୃତଦେହ ମିଳିଥିବା ସ୍ଥାନରେ ମଦ ବୋତଲ ଓ ପାଣି ବୋତଲ ଆଦି ପଡ଼ିଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ସେଠାରେ ଅସାମାଜିକ ଯୁବକମାନେ ମଦ୍ୟପାନ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ କୌଣସି କାରଣକୁ ନେଇ ସମ୍ପୃକ୍ତ ଯୁବକଙ୍କ ମୁହଁକୁ କପଡ଼ାରେ ଭିଡ଼ି ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଏପଟେ ଯୁବକଙ୍କ ପରିଚୟ ପାଇବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri