ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଲା

କେସିଙ୍ଗା,୨୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତର ସରାପଦର ଗ୍ରାମର ଧନ ଗୌଡ଼ଙ୍କ ସାନ ପୁଅ ଡିଲେଶ୍ୱର ଗତ ଏପ୍ରିଲ ମାସରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ସେଠାକାର ଏକ ପ୍ରତିଷ୍ଠିତ ଅମୂଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଦୁଇ ତିନି ଧରି ଜ୍ୱର ହେବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହୋଇଥିଲେ। ପୁଣି ଜ୍ୱର ହେବାରୁ ଗତ ବୁଧବାର ମୃତ୍ୟୁ ଘଟିଥିଲା। ଅମୂଲ ଫ୍ୟାକ୍ଟ୍ରିର ମାଲିକ କିଛି ଆର୍ଥିକ ସହାୟତା ଦେଇ ନ ଥିଲେ। ଡିଲେଶ୍ୱରଙ୍କ ବାପା ୮୦ ହଜାର ଟଙ୍କା ପରିବାର ଲୋକେ ସମ୍ପର୍କୀୟଙ୍କୁ ଫୋନ୍‌ ପେ’ରେ ଟଙ୍କା ପଠାଇବାରୁ ଭଡ଼ାରେ ଏକ ଆମ୍ବୁଲାନ୍ସରେ ମୃତଦେହ ଆଣିଥିଲେ। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ କୃତାଞ୍ଜଳି ଗୌଡ଼ ଗାଁରେ ପହଞ୍ଚି ମୃତ ଡିଲେଶ୍ୱରଙ୍କ ବାପା ଧନ ଗୌଡ଼ଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ।