ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ କରିଛି ବାଣପୁର ପୋଲିସ।

ସୂଚନାନୁଯାୟୀ, ଆଜି ସକାଳୁ ବାଣପୁର ତହସିଲ ରୋଡ୍‌ ଗାଲୁଆ ଛକ ନିକଟରେ ଏକ ରାସ୍ତା ପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ସଙ୍ଗେ ସଙ୍ଗେ ବାଣପୁର ପୋଲିସକୁ ଖବର ଦେଇଥିଲେ। ଅଚିହ୍ନା ମୃତ ମହିଳାଙ୍କ  ଶରୀରର ବିଭିନ୍ନ ଜାଗାରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବାର ସନ୍ଦେହ ହେଉଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକେ କହୁଛନ୍ତି ତାଙ୍କୁ କୁକୁରମାନେ ଝୁଣି ମାରି ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ମୃତତେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।