ପୋତାଗଡ଼ ନିକଟରେ ହରିଣ ମୃତଦେହ

ଗଞ୍ଜାମ,୨୮ା୫(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟରୁ ଏକ ହରିଣର ମୃତଦେହ ଜବତ କରାଯାଇଛି। ହରିଣଟି ପୋତାଗଡ଼ ଉପରୁ ତଳକୁ ଲମ୍ଫ ମାରିଥିବାରୁ ମୁହଁରେ ଆଘାତ ଲାଗି ଛଟପଟ ହେଉଥିବା ବେଳେ କିଛି ଯୁବକ ହରିଣକୁ ଦେଖି ପାଣି ସିଞ୍ଚି ତା’ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ହରିଣଟିର ମୃତ୍ୟୁ ହୋଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣର ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।