ବନ୍ଦ ଘରୁ ମା’ ଓ ଝିଅପୁଅଙ୍କ ମୃତଦେହ ଠାବ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ଗଅନ୍ତିଆପଡ଼ାରେ ଶନିବାର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ବନ୍ଦ ଘରୁ ପୋଲିସ ମା’ ସହ ପୁଅ ଓ ଝିଅଙ୍କ ମୃତଦେହ ଠାବ କରିଛି। ମୃତକମାନେ ହେଲେ ମାଆ ସାଜିଆ ପରବିନ (୩୫), ପୁଅ ଅବଦୁଲ ରହମାନ (୮) ଓ ଝିଅ ହୁମେୟା ତୟାଇନ (୬)। ଘର ବନ୍ଦ ଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇଥିଲା। ଶୋଇବା କୋଠରି ଖଟ ଉପରେ ବେଡ୍‌ଶିଟ୍‌ ଘୋଡାଯାଇଥିବା ଅବସ୍ଥାରେ ମୃତଦେହ ଠାବ କରାଯାଇଥିଲା। ପରବିନଙ୍କ ଭାଇ ମହମ୍ମଦ ଇନ୍ତିଆଜଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ା
ସୂଚନା ଅନୁସାରେ, ପରବିନ ତାଙ୍କ ଦୁଇପିଲା ଓ ସ୍ବାମୀ ଅବଦୁଲ ମଲିକଙ୍କ ସହ ଗଅନ୍ତିଆପଡ଼ାରେ ରହୁଥିଲେ। ଅବଦୁଲ ଜଡିବୁଟି ଓ ଆୟୁର୍ବେଦିକ ଔଷଧ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଏପରିସ୍ଥଳେ ପ୍ରାୟ ୨ବର୍ଷ ତଳେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ପିଲାମାନଙ୍କ ସହ ପରବିନ ରହୁଥିବାବେଳେ କିଛିଦିନ ହେଲା ଜଣେ ଯୁବକ ତାଙ୍କ ଘରେ ଭଡାରେ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା ଉକ୍ତ ଯୁବକଙ୍କ ସହ ପରବିନଙ୍କ ଅଧିକାଂଶ ସମୟରେ ଝଗଡା ହୋଇଥାଏ। ଅନ୍ୟପଟେ ପ୍ରାୟ ୫ଦିନ ହେଲା ଘର ସମ୍ମୁଖ ଗେଟ୍‌ରେ ତାଲା ପଡିଥିଲା। ପରିବାରର କୌଣସି ସଦସ୍ୟ ବାହାରକୁ ଯିବାଆସିବା କରୁ ନ ଥିଲେ। ଚକ୍ରଧରପୁରରେ ରହୁଥିବା ପରବିନଙ୍କ ପରିବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ରିିସିଭ କରି ନ ଥିଲେ। ଏଥିରେ ସେମାନେ ଭୟଭୀତ ହୋଇ ଶନିବାର ସମ୍ବଲପୁର ଆସିଥିଲେ। ଘର ବାହାରୁ ତାଲା ପଡିଥିବା ଦେଖି ପରିବାର ବର୍ଗ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚତ୍ ଘର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଘର ଭିତରେ ମୃତଦେହ ପଡି ରହିଥିବାବେଳେ ବିଭିନ୍ନ ସାମଗ୍ରୀ ବିଛାଡିହୋଇ ପଡିରହିଥିଲା। ତେଣୁ କେହି ଚୋରି କରିବାକୁ ଆସି ଏଭଳି କାଣ୍ଡ ଭିଆଇଛନ୍ତି କିମ୍ବା ଭଡାଟିଆ ଯୁବକ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?