ବନ୍ଦ ଘରୁ ମା’ ଓ ଝିଅପୁଅଙ୍କ ମୃତଦେହ ଠାବ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ଗଅନ୍ତିଆପଡ଼ାରେ ଶନିବାର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ବନ୍ଦ ଘରୁ ପୋଲିସ ମା’ ସହ ପୁଅ ଓ ଝିଅଙ୍କ ମୃତଦେହ ଠାବ କରିଛି। ମୃତକମାନେ ହେଲେ ମାଆ ସାଜିଆ ପରବିନ (୩୫), ପୁଅ ଅବଦୁଲ ରହମାନ (୮) ଓ ଝିଅ ହୁମେୟା ତୟାଇନ (୬)। ଘର ବନ୍ଦ ଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇଥିଲା। ଶୋଇବା କୋଠରି ଖଟ ଉପରେ ବେଡ୍‌ଶିଟ୍‌ ଘୋଡାଯାଇଥିବା ଅବସ୍ଥାରେ ମୃତଦେହ ଠାବ କରାଯାଇଥିଲା। ପରବିନଙ୍କ ଭାଇ ମହମ୍ମଦ ଇନ୍ତିଆଜଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ା
ସୂଚନା ଅନୁସାରେ, ପରବିନ ତାଙ୍କ ଦୁଇପିଲା ଓ ସ୍ବାମୀ ଅବଦୁଲ ମଲିକଙ୍କ ସହ ଗଅନ୍ତିଆପଡ଼ାରେ ରହୁଥିଲେ। ଅବଦୁଲ ଜଡିବୁଟି ଓ ଆୟୁର୍ବେଦିକ ଔଷଧ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଏପରିସ୍ଥଳେ ପ୍ରାୟ ୨ବର୍ଷ ତଳେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ପିଲାମାନଙ୍କ ସହ ପରବିନ ରହୁଥିବାବେଳେ କିଛିଦିନ ହେଲା ଜଣେ ଯୁବକ ତାଙ୍କ ଘରେ ଭଡାରେ ରହୁଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା ଉକ୍ତ ଯୁବକଙ୍କ ସହ ପରବିନଙ୍କ ଅଧିକାଂଶ ସମୟରେ ଝଗଡା ହୋଇଥାଏ। ଅନ୍ୟପଟେ ପ୍ରାୟ ୫ଦିନ ହେଲା ଘର ସମ୍ମୁଖ ଗେଟ୍‌ରେ ତାଲା ପଡିଥିଲା। ପରିବାରର କୌଣସି ସଦସ୍ୟ ବାହାରକୁ ଯିବାଆସିବା କରୁ ନ ଥିଲେ। ଚକ୍ରଧରପୁରରେ ରହୁଥିବା ପରବିନଙ୍କ ପରିବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ରିିସିଭ କରି ନ ଥିଲେ। ଏଥିରେ ସେମାନେ ଭୟଭୀତ ହୋଇ ଶନିବାର ସମ୍ବଲପୁର ଆସିଥିଲେ। ଘର ବାହାରୁ ତାଲା ପଡିଥିବା ଦେଖି ପରିବାର ବର୍ଗ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚତ୍ ଘର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଘର ଭିତରେ ମୃତଦେହ ପଡି ରହିଥିବାବେଳେ ବିଭିନ୍ନ ସାମଗ୍ରୀ ବିଛାଡିହୋଇ ପଡିରହିଥିଲା। ତେଣୁ କେହି ଚୋରି କରିବାକୁ ଆସି ଏଭଳି କାଣ୍ଡ ଭିଆଇଛନ୍ତି କିମ୍ବା ଭଡାଟିଆ ଯୁବକ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri