Posted inରାଜ୍ୟ

ଘର ଭିତରେ ଅସ୍ତ୍ରାଗାର ଦେଖାଇଲେ ଡି’ ବ୍ରଦର୍ସ

କଟକ ଅଫିସ, ୨୬।୧୨: ଗ୍ୟାଙ୍ଗଷ୍ଟର ଡି’ ବ୍ରଦର୍ସ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ୍‌ ପୋଲିସ ଗୁରୁବାରଠାରୁ ୩ ଦିନିଆ ରିମାଣ୍ଡରେ ଆଣିଛି। ଜେଲ ମଧ୍ୟରେ ରହି ଡି’ ବ୍ରଦର୍ସ କିପରି ଅପରାଧ ସାମ୍ରାଜ୍ୟ ଚଳାଉଥିଲେ ତାହା ଜାଣିବାକୁ ପୋଲିସ ଜୋର୍‌ଦାର ଉଦ୍ୟମ ଚଳାଇଛି। ବିଶେଷକରି ଜେଲରୁ କିପରି, କାହା ମାଧ୍ୟମରେ ବନ୍ଧୁକ କାରବାର କରୁଥିଲେ ସେନେଇ ଦୁଇ ଭାଇଙ୍କୁ ସ୍ବତନ୍ତ୍ର ଟିମ୍‌ ଜେରା କରିଛି। ଜଣେ ଅତିରିକ୍ତ ଡିସିପିଙ୍କ ସମେତ ଏସିପି ଓ ଆଇଆଇସିଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ସେମାନଙ୍କୁ ନେଇ ସିଡିଏ ସେକ୍ଟର-୬ସ୍ଥିତ ତାଙ୍କ ବାସଭବନରେ ଛାନଭିନ୍‌ କରିଥିଲା। ଡି’ ବ୍ରଦର୍ସ ଘରେ ଭିତରେ କରିଥିବା ଅସ୍ତ୍ରାଗାର ଦେଖାଇଥିଲେ। ଏହାପରେ ବାସଭବନର ଏକାଧିକ ସିକ୍ରେଟ ଚାମ୍ବରରୁ ପୋଲିସ ଟିମ୍‌ ୩ ମାଉଜର, ୫ ମାଗାଜିନ୍‌, ୧୪୦ରୁ ଊର୍ଦ୍ଧ୍ୱ ଗୁଳି ଓ ନଗଦ ଲକ୍ଷାଧିକ ଟଙ୍କା ଜବତ କରିଛି। ଏଥିସହ ସ୍ବତନ୍ତ୍ର ଟିମ୍‌ ଉକ୍ତ ଘରେ ସର୍ଚ୍ଚ ଅପରେଶନ ଜାରି ରଖିଥିବାବେଳେ ଶନିବାର ମଧ୍ୟ ଏହି ସର୍ଚ୍ଚ ଅପରେଶନ ଜାରି ରହିବ। ଡି’ ବ୍ରଦର୍ସଙ୍କ କଳା ସାମ୍ରାଜ୍ୟ ସହ ବହୁ ଅପରାଧୀଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଦୁଇଭାଇଙ୍କୁ ପୃଥକ ଭାବେ ନିଆଯାଇଥିଲା। ପ୍ରଥମେ ବଡ଼ଭାଇ ସୁଶାନ୍ତଙ୍କୁୁ ମାଲଗୋଦାମ ଥାନାରେ ପଚରାଉଚରା କରାଯାଇଥିଲା। ଏହାପରେ ସିଡିଏସ୍ଥିତ ବାସଭବନକୁ ନିଆଯାଇ ପ୍ରାୟ ୪ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର କେଉଁଠାରେ ଲୁଚାଇ ରଖାଯାଇଛି ସେନେଇ ଖୋଳତାଡ଼ କରିଥିଲା ପୋଲିସ। ହେଲେ ସେ ପୋଲିସକୁ କୌଣସି ସୂଚନା ଦେଇ ନ ଥିଲେ। ପରେ ଦିନ ପ୍ରାୟ ୩ଟାରେ ସାନଭାଇ ସୁଶୀଲକୁ ଆଣି ପୁଲିସ ଘର ଭିତରେ ଖୋଜାଖୋଜି କରିଥିଲା। ବିଳାସପୂର୍ଣ୍ଣ ବାସଭବନର ଅନେକ କାନ୍ଥକୁ ମଧ୍ୟ ଖୋଳି ଦିଆଯାଇଥିଲା। ପରେ ସିକ୍ରେଟ ଚାମ୍ବରରୁ ବନ୍ଧୁକ ଓ ଟଙ୍କା ମିଳିଥିଲା।
ଗତ ୧୦ ତାରିଖରେ ଡି’ ବ୍ରଦର୍ସଙ୍କ ଘରୁ ୧୬ ମାଉଜର ଓ ୧୦୯୫ ଗୁଳି ସମେତ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିଲା। ଏସବୁ ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ଉକ୍ତ ବାସଭବନର ଇଣ୍ଟେରିୟର ଡିଜାଇନ୍‌ ଭିତରେ ଥିବା ସିକ୍ରେଟ ଚାମ୍ବରରେ ଲୁଚାଇ ରଖାଯାଇଥିଲା। ବିହାର ମୁଙ୍ଗେରରୁ ଏହି ଚୋରା ମାଉଜର ଓ ଗୁଳି ଅଣାଯାଇ ବିକ୍ରି କରାଯାଉଥିଲା। ବର୍ତ୍ତମାନ ସୁଶାନ୍ତ ବଲାଙ୍ଗୀର ଜେଲରେ ଥିବାବେଳେ ସୁଶୀଲ ଝାରପଡ଼ା ଜେଲରେ ରହି ଚୋରା ବନ୍ଧୁକ କାରବାର ସହ ଅପରାଧ ମଧ୍ୟ ଘଟାଉଥିଲେ। ସହଯୋଗୀ ପ୍ରକାଶ ବେହେରାଙ୍କୁ ଚୌଦ୍ୱାର ଥାନା ପୋଲିସ ଦ୍ୱାରା ଗିରଫ କରିବା ସହ ତାଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ କରିଥିଲା। ତାଙ୍କ ବୟାନ ଆଧାରରେ ଚୋରା ବନ୍ଧୁକ ଯୋଗାଉଥିବା ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପଚରାଉଚରାବେଳେ ଜେଲରେ ରହି ଡି’ ବ୍ରଦର୍ସଙ୍କ ବନ୍ଧୁକ କାରବାର ଓ ଆପରାଧିକ ସାମ୍ରାଜ୍ୟ ସମ୍ପର୍କରେ ସୂଚନା ମିଳିବା ପରେ ସେବେଠୁ ଚଢ଼ାଉ ଜାରି ରହିଛି। ଇତିମଧ୍ୟରେ ପୋଲିସ ୧୨ଜଣଙ୍କୁ ଗିରଫ କରିଛି। ଡି’ ବ୍ରଦର୍ସଙ୍କ ନିର୍ଦ୍ଦେଶରେ ଗୋଟିଏ ମାଉଜରକୁ ୪୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିବାବେଳେ ପ୍ରତି ଗୁଳିକୁ ୩ଶହରୁ ସାଢେ ୩ ଶହ ଟଙ୍କାରେ ବିକ୍ରି କରାଯାଉଥିଲା ବୋଲି ଡିସିପି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri