ଗଙ୍ଗୁଆ ପାଇଁ ପ୍ରଦୂଷିତ ହେଉଛି ଦୟା

ଭୁବନେଶ୍ୱର,୨୦।୩ (ବ୍ୟୁରୋ)କିମ୍ବଦନ୍ତୀ ଦୟାନଦୀ ଏବେ ପ୍ରଦୂଷଣରେ ଜର୍ଜରିତ। ଭୁବନେଶ୍ୱରର ସମସ୍ତ ବର୍ଜ୍ୟବସ୍ତୁ ଗଙ୍ଗୁଆ ଦ୍ୱାରା ଦୟାନଦୀରେ ମିଶି ଅତ୍ୟନ୍ତ ବିଷାକ୍ତ ହେଉଛି। ଏଥିସହ ଓଡ଼ିଶାର ଅନ୍ୟତମ ପ୍ରାକୃତିକ ଐଶ୍ୱର୍ଯ୍ୟ ଚିଲିକାକୁ ମଧ୍ୟ ପ୍ରଦୂଷିତ କରିଚାଲିଛି। ଏହି ସମ୍ବେଦନଶୀଳ ସମସ୍ୟାକୁ ନେଇ ରବିବାର ‘ଦୟାନଦୀର ପ୍ରଦୂଷଣମୁକ୍ତ ଓ ସୁରକ୍ଷା’ ଶୀର୍ଷକ ଏକ ଆଲୋଚନାଚକ୍ର ଦୟା ରାଉଣ୍ଡ ଟେବୁଲ ଅନୁଷ୍ଠିତ ହୋଇଯାଇଛି। ଦୟା ସୁରକ୍ଷା ଅଭିଯାନ, ମହାନଦୀ ବଞ୍ଚାଅ ଆନ୍ଦୋଳନ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଲୋକଶକ୍ତି ଅଭିଯାନ, ନିର୍ମଳ ଦୟା, ସଂଯୁକ୍ତ କୃଷକ ମଞ୍ଚ, ପିପିଲି ସାଂସ୍କୃତିକ ପରିଷଦ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋହିଆ ଏକାଡେମୀଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଦୟାନଦୀ ଜଳ ପ୍ରଦୂଷଣ ଓ ଜବରଦଖଲକୁ ରୋକିବା ନିମନ୍ତେ ଏକ ଷ୍ଟିୟରିଂ କମିଟି ଗଠନ କରିବା, ଆଲୋଚନାଚକ୍ରରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟାପକ ଆନ୍ଦୋଳନ, ଧାରଣା, ଧର୍ମଘଟ, ଆଇନଗତ ଲଢେଇ କରାଯିବା, ପ୍ରଦୂଷିତ ଗଙ୍ଗୁଆ ନାଳ ପାଇଁ ସମସ୍ୟା ହେଉଥିବାରୁ ଏହାର ସମାଧାନ କରିବା ତଥା ଗଙ୍ଗୁଆ ନାଳ ପରିବର୍ତ୍ତେ ନଦୀର ପୁନଃନାମକରଣ ‘ଗନ୍ଧବତୀ’ କରିବା ପାଇଁ ଦାବି କରାଯାଇଥିଲା।

ଭୁବନେଶ୍ୱର ସହର ଦେଇ ଗନ୍ଧବତୀ ନଦୀ ବା ଗଙ୍ଗୁଆ ନାଳ ବହିଯାଇଛି। ଏହି ନାଳର ୨୨ଟି ଜଳଉତ୍ସ ସହରର ସମସ୍ତ ବର୍ଜ୍ୟବସ୍ତୁକୁ ପ୍ରଦୂଷିତ ଜଳ ମାଧ୍ୟମରେ ନେଇ ୧୦ଟି ବଡ଼ ଡ୍ରେନରେ ଦୟାନଦୀରେ ମିଶି ପ୍ରଦୂଷଣ ସୃଷ୍ଟି କରୁଛି। ପୂର୍ବରୁ ଦୟାନଦୀ ଜଳକୁ ପାନୀୟ ଜଳ ଭାବେ ପ୍ରାୟ ୧୦ଟି ବ୍ଲକର ଲୋକେ ବ୍ୟବହାର କରୁଥିଲେ। ମାତ୍ର ଏବେ ଏହି ପ୍ରଦୂଷିତ ଜଳ ସର୍ବନିମ୍ନ ବ୍ୟବହାର ଉପଯୋଗୀ ମଧ୍ୟ ହୋଇପାରୁନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ଏହି ପ୍ରଦୂଷିତ ଜଳକୁ ପାଇପ ଓ ଟ୍ୟାଙ୍କର ଯୋଗେ ଅବିଭକ୍ତ ପୁରୀ ଜିଲାର ପିପିଲି, ଡେଲାଙ୍ଗ, କଣାସ ଓ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ, ଟାଙ୍ଗୀ, ଚାନ୍ଦପୁର, ନୟାଗଡ଼ ଜିଲାର କନ୍ଧ ନୟାଗଡ଼ ଆଦି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଉଛି। ଏହି ପାଣିକୁ ବ୍ୟବହାର କରୁଥିବା ଲୋକମାନଙ୍କର ଜଣ୍ଡିସ, ବିଭିନ୍ନ ସଂକ୍ରମିତ ପେଟରୋଗ ଏବଂ ଚର୍ମରୋଗ ହେଉଛି। ଅପରପକ୍ଷେ କୃଷି, ପଶୁପାଳନ, ମାଛ ଉପତ୍ାଦନ ସମ୍ପୂର୍ଣ୍ଣ ବ୍ୟାହତ ହେଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅଭିଯାନର ଆବାହକ ସଚିକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ସାମ୍ବିଧାନିକ ମୂଲ୍ୟବୋଧ’ ପୁସ୍ତକ ଲୋକାର୍ପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri