ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଦିନ ହେବ ଜନତା କର୍ଫ୍ୟୁ

ଭବାନୀପାଟଣା,୫।୧୧(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣା ରାଜ୍ୟରେ ଏବେ ହଇଚୟ ସୃଷ୍ଟି କରିଛି। ମମିତାଙ୍କୁ ନ୍ୟାୟ ଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ ଲଢେଇକୁ ଜୋରଦାର କରିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତକୁ ବିରୋଧ କରି ଉକ୍ତ ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ କଳାହାଣ୍ଡିବାସୀଙ୍କୁ ସେ ଆହ୍ବାନ ଦେଇଛନ୍ତି। ଏନେଇ ବରିଷ୍ଠ କଂଗ୍ରେସ ନେତା ଦାସ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୂଚନା ଯୋଗ୍ୟ, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି। ଏହାକୁ ବିରୋଧ କରି ଭକ୍ତ ଦାସ କଳାହାଣ୍ଡିବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ନିବେଦନ କରିଛନ୍ତି। ସେହିପରି ୭ ତାରିଖରେ ମମିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପୂର୍ବାହ୍ନ ୧୧ଟାରେ ୨ ମିନିଟ ନୀରବ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୮ ତାରିଖରେ କଳାହାଣ୍ଡି ଜିଲା ଗସ୍ତରେ ଆସି ମନ୍ତ୍ରୀଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡିଓ କନ୍‌ଫେରେସିଂ ମାଧ୍ୟରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରନ୍ତୁ। ମମିତାଙ୍କୁ ନ୍ୟାୟ ମିଳୁ। କଳାହାଣ୍ତି ଜିଲା କଳଙ୍କିତ ନ ହେଉ ବୋଲି ଭକ୍ତ କହିଛନ୍ତି।