Categories: ଜାତୀୟ

ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାଙ୍କ ଏମିତି କାଣ୍ଡ: ସମସ୍ତଙ୍କ ଉଡିଲା ହୋଶ୍‌

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମାତାପିତା ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଅତିଥିମାନେ ପହଞ୍ଚିଥିଲେ, ଘର ସଜାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କନ୍ୟା ଏପରି କାମ କରିଥିଲେ ଯେ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।
ଉତ୍ତରପ୍ରଦେଶର ଫିରୋଜାବାଦରେ ଏଭଳି ଘଟଣା ଘଟିଛି। ଫିରୋଜାବାଦର କୌଶଲ୍ୟା ନଗରର ବାସିନ୍ଦା ପୁରଣଙ୍କ ବିବାହ ଜାଲକରୀ ନଗରର ବାସିନ୍ଦା ନରେଶ କୁମାରଙ୍କ ସହ ସ୍ଥିର ହୋଇଥିଲା। କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟା ନିଜ ପ୍ରେମିକଙ୍କ ସହ ପଳାଇ ଯାଇଥିଲେ। ଅଭିଯୋଗ ହୋଇଛି ଯେ କନ୍ୟା ଘରେ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିବା ପରିବାର ସଦସ୍ୟଙ୍କୁ ଚା’ରେ ନିଶା ଦେଇ ଚେତାଶୂନ୍ୟ କରିଦେଇଥିଲେ। ଏହା ପରେ ଘରେ ରଖାଯାଇଥିବା ଟଙ୍କା ଏବଂ ଅଳଙ୍କାର ନେଇ ବର ସହ ଫେରାର ହୋଇଯାଇଥିଲେ। ପରିବାର ସଦସ୍ୟ ହୋଶ୍‌ ଆସିବା ପରେ ଝିଅ କାରନାମା ଦେଖି ଚକିତ ହୋଇପଡିଥିଲେ। ଏହା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଏଭଳି ପରିସ୍ଥିତିରେ କନ୍ୟା ଘର ଲୋକମାନେ ବରର ସାନ ଭଉଣୀକୁ ବିବାହ ପ୍ରସ୍ତାବ ଦେଇଥିଲେ। ଶେଷରେ ବର ବିବାହ କରିବାକୁ ରାଜି ହୋଇଥିଲେ।

Share