ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଗଜପତି ମହାରାଜାଙ୍କ କନ୍ୟା

ପୁରୀ ଅଫିସ,୯ା୨:  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ। ମହାରାଜାଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବିବାହ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହିତ ବୁଧବାର ହେବ। ଗଜପତିଙ୍କ କନ୍ୟା ବାହାଘର ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

ବିବାହ ପୂର୍ବରୁ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ସମ୍ପନ୍ନ ହୋଇଛି। ଆଜି ରାତିରେ ଦେବେଶୀ ଏବଂ ଆଦିତ୍ୟଙ୍କ ବିବାହ ଭୁବନେଶ୍ୱରର ଏକ ତାରକା ହେଟେଲରେ ଅନୁଷ୍ଠିତ ହେବ। ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ବର୍ଦ୍ଧମାନ ରାଜପରିବାରଙ୍କ ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟ ମଙ୍ଗଳବାର ସନ୍ଧ୍ୟାରୁ ପହଞ୍ଚି ସାରିଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ ଏହି ହାଇପ୍ରୋଫାଇଲ ବିବାହ ଅନୁଷ୍ଠିତ ହେବ। ନୀଳଗିରି ରାଜ ପରିବାର ସଦସ୍ୟ ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।