Categories: ଜାତୀୟ

ଶ୍ୱଶୁରଙ୍କୁ ବଳି ଚଢାଇଲା ବୋହୂ

ଲକ୍ଷ୍ନୌ,୬।୨: ତନ୍ତ୍ର ସାଧନାରେ ସିଦ୍ଧି ହାସଲ କରିବା ପାଇଁ ଶ୍ୱଶୁରଙ୍କୁ ବଳି ଚଢାଇଛି ବୋହୂ। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୋସମ୍ବିରେ। ପୋଲିସ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ବୋହୂଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, କୋସମ୍ବିରେ କିଛି ଦିନ ତଳେ ଜଣେ ଦିବ୍ୟାଙ୍ଗ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ପହଞ୍ଚି ପୋଲିସ ତଦନ୍ତ ବେଳେ ଘଟଣା ସ୍ଥଳରୁ ପୂଜା ସାମଗ୍ରୀ ଜବତ କରିଥିଲା। ପୋଲିସ ଏଥିରେ ସନ୍ଦେହ କରି ମୃତ ବ୍ୟକ୍ତିଙ୍କ ବୋହୂଙ୍କୁ ପଚରାଉଚୁରା କରିଥିଲା। ମହିଳା ଜଣକ ସ୍ବପ୍ନରେ ଦେବୀ ଆସି ତାଙ୍କୁ ବଳି ଚଢ଼ାଇବାକୁ କହିଥିଲେ। ତେଣୁ ତନ୍ତ୍ର ସାଧନାରେ ସିଦ୍ଧି ପାଇବାକୁ ମହିଳା ଜଣକ ନିଜ ଶ୍ୱଶୁରଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share