ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍‌ ହେଲେ ବୋହୂ, ତଡ଼ିଦେଲେ ଶାଶୁଘର ଲୋକେ

ଜୟପୁର,୧ା୮: ରାଜସ୍ଥାନର ଜଣେ ବୋହୂ ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍‌ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ପୀଡ଼ିତା ନ୍ୟାୟ ପାଇଁ ପୋଲିସ ନିକଟରେ ଗୁହାରି କରିଛନ୍ତି।

ରାଜସ୍ଥାନର ଝୁନ୍‌ଝୁନ୍‌ ଜିଲାର ସୁରଜଗଡ଼ର ଦୁଇ ନଂ ଓ୍ବାର୍ଡରେ ରହୁଥିବା ଉଷା ବୁଗାଲା ନିବାସୀ ନାନଡ ରାମଙ୍କ ପୁଅ ବିକାଶଙ୍କୁ ବିବାହ କରିଥିଲେ। ଉଷା କହିଛନ୍ତି, ଶାଶୁଘର ଲୋକେ ଏସ୍‌ଡିଏମ୍‌ ବୋହୂ ଚାହୁଁଥିଲେ। ଏଥିପାଇଁ ସେ ପ୍ରିଲିମ ପାସ୍‌ କରିଥିଲେ। ତା’ ପରେ ବିବାହ ହୋଇଗଲା। ମାତ୍ର ସେ ମେନ୍‌ ପରୀକ୍ଷାରେ ଫେଲ୍‌ ହୋଇଗଲେ। ଏହାପରଠାରୁ ସେମାନେ ତାଙ୍କୁ ଯୌତୁକ ମାଗିଥିଲେ।

୨୦୧୬ରେ ଉଷାଙ୍କ ବିବାହ ହୋଇଥିଲା। ସ୍ବାମୀ ବିକାଶ ପଲିଟେକ୍ନିକ କଲେଜରେ ଅଧ୍ୟାପକ ଥିଲେ। ଶାଶୁଘର ଲୋକ ତାଙ୍କ ସହ ବିବାହ କରିଥିଲେ ଏଥିପାଇଁ ୨୦୧୩ରେ ଉଷା ଆଇଏସ୍‌ର ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରିସାରିଥିଲେ। ସେ ଜାଣିଥିଲେ ମେନ୍‌ ପରୀକ୍ଷାରେ ମଧ୍ୟ ପାସ୍‌ କରିବେ। ମାତ୍ର ରେଜଲ୍ଟ ବାହାରିବା ପରେ ସେ ଫେଲ୍‌ ହୋଇଥିଲେ। ଏହା ଜାଣି ଶାଶୁଘର ଲୋକେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ଘରୁ ମଧ୍ୟ ତଡ଼ିଦେଇଥିଲେ। ଏନେଇ ଉଷା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ତଦନ୍ତ ଚଳାଇଛି।

Share