ପିକ୍‌ନିକ୍‌ ସ୍ପଟ୍‌ରେ ରୂପାନ୍ତରିତ ହେବ ଡ୍ୟାମ୍‌ ଅଞ୍ଚଳ

ଯାଜପୁର ଅଫିସ,୨୪ା୬: ରାଜ୍ୟରେ ଥିବା ଜଳଭଣ୍ଡାର, ଜଳାଶୟ ଏବଂ ସ୍ବତନ୍ତ୍ର ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ପିକନିକ୍‌ ସ୍ପଟ୍‌, ସୌନ୍ଦର୍ଯ୍ୟକରଣ, ସଂଗ୍ରହାଳୟ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ଏଥିପାଇଁ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍‌ଓପି) ଗଠନ ହୋଇ ସାରିଛି। ୨୦୨୧-୨୨ରୁ ୨୦୨୩-୨୪ ମସିହା ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ଏହାସହ ଜଳ ସମ୍ପଦ ବିଭାଗ ଦ୍ୱାରା ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗତ ୨୧ ତାରିଖରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜଳାଶୟ କିସମ ଜମିର ସୁରକ୍ଷା, ସଂରକ୍ଷଣ ଓ ପରିରକ୍ଷଣ କରିବାକୁ ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତି ଏଯାଏ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବାରୁ ଏହି ମହତ ଯୋଜନା କେତେଦୂର ସଫଳ ହେବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୫ ବୃହତ୍‌ ଡ୍ୟାମ୍‌ ରହିଛି। ଏହି ଯୋଜନା ଅଧୀନରେ ଜଳସ୍ରୋତ ସହିତ ସଂଲଗ୍ନ ସ୍ଥାନଗୁଡିକ ମନୋରଞ୍ଜନ କାର୍ଯ୍ୟ ପାଇଁ ବିକାଶ କରାଯିବ। ଏହାବାଦ୍‌ ଡ୍ୟାମ୍‌ଗୁଡ଼ିକରେ ବୋଟିଂ ଏବଂ କ୍ୟାମ୍ପିଂ ସୁବିଧା ହେବ। ତେବେ ଡ୍ୟାମ୍‌ର ସୁରକ୍ଷା ଏବଂ ନିରାପତ୍ତାକୁ ପ୍ରାଥମିକ ଦିଆଯିବ। ଏହିକ୍ରମରେ ଡ୍ୟାମ୍‌ର ଉପରମୁଣ୍ଡରେ କୌଣସି ସ୍ଥାୟୀ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ଡ୍ୟାମ୍‌ର ତଳ ସ୍ରୋତରେ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ବିକାଶ କାମ କରାଯିବ। ଡଙ୍ଗା, ପହଁରିବା, ମତ୍ସ୍ୟଜୀବୀ, ପକ୍ଷୀ ଦେଖିବା ଏବଂ ଗାଧୋଇବା ଭଳି ଜଳକ୍ରୀଡାକୁ ଡ୍ୟାମର ଅପଷ୍ଟ୍ରିମ ଏବଂ ଜଳଭଣ୍ଡାରର ସ୍ପିଲୱେର ୧୦୦ ମିଟର ଦୂରତା ମଧ୍ୟରେ ଅନୁମତି ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିକୋଣ ପାଇଁ ପର୍ଯ୍ୟଟନ କାର୍ଯ୍ୟକଳାପରେ ଡ୍ୟାମ୍‌ ବନ୍ଧ ଗମନାଗମନ ଭାବେ ବ୍ୟବହୃତ ହେବ ନାହିଁ। ସଙ୍ଗୀତର ଶବ୍ଦ ସର୍ବାଧିକ ୬୦ଡିବି ସୀମା ମଧ୍ୟରେ ସୀମିତ ରହିବ। ଫଳରେ ଏହା ଜଳଜୀବ ଏବଂ ପକ୍ଷୀମାନଙ୍କ ପାଇଁ କୌଣସି ବ୍ୟାଘାତ ସୃଷ୍ଟି କରିବ ନାହିଁ । ଏହାସହ ସେହି ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ। ଜଳ କ୍ରୀଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଯଦି କୌଣସି ଦୁର୍ଘଟଣା ହୁଏ ସେଥିପାଇଁଁ ଜଳ ସମ୍ପଦ ବିଭାଗ ଦାୟୀ ରହିବ ନାହିଁ ଭଳି ଅନେକ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଳାଶୟ କିସମ ଜମିକୁ ସୁରକ୍ଷା କରିବାକୁ ୨୦୧୮ ଜାନୁୟାରୀରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ଜିଲାପାଳ ଆବାହକ, ଆଞ୍ଚଳିକ ଅଧିକାରୀ, ନିର୍ବାହୀ ଅଧିକାରୀ, ଉନ୍ନୟନ ପରିଷଦର ଯୋଜନା ଅଧିକାରୀ ପ୍ରମୁଖ ସଭ୍ୟ ରହିଛନ୍ତି। ଏହି ନିଷ୍ପତ୍ତିର ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ପୋତା ଯାଇଥିବା ଜଳାଶୟ କିସମ ଜମି ଏଯାଏ ଚିହ୍ନଟ ହୋଇ ପାରିନାହିଁ କିମ୍ବା ପୋଖରୀଗୁଡିକର ସୁରକ୍ଷା ଓ ସଂରକ୍ଷଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଉଦ୍‌ବେଗର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri