ପୁରୀଠାରୁ ୯୬୦ କିଲୋମିଟର ଦୂରରେ ବାତ୍ୟା

ଭୁବନେଶ୍ୱର,୮ା୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ୧୩ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ‘ଅସାନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୪୪୦ କିଲୋମିଟର ଓ ବିଶାଖାପାଟଣାଠାରୁ ୯୦୦ କିଲୋମିଟର ଦୂରରେ ରହିଛି।

ବାତ୍ୟା ‘ଅସାନି’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ରବିବାର ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହେବ। ୧୦ ତାରିଖ ସନ୍ଧ୍ୟାରେ ସୁପର ସାଇକ୍ଲୋନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓ ଉପକୂଳରେ ପହଞ୍ଚିବ।

ଏଠାରୁ ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ଓ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।