ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଗାଡ଼ି ଫେରାର

ଝାରସୁଗୁଡା ଅଫିସ୍‌,୨୩।୬: ଝାରସୁଗୁଡା ସଦର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଏଚ୍‌ କଂଟାପାଲି ଛକରେ ଏକ ଗାଡି ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଳିଡିହି ଗ୍ରାମର ଉମେଶ ଚନ୍ଦ୍ର ପଟେଲ(୬୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ସଦର ଥାନା ପୋଲିସ ଏକ ମାମଲା(ନଂ.୧୦୪।୨୧) ରୁଜୁ କରି ତଦନ୍ତ ଚଳାଇଛି।

ଗାଡି ସମ୍ପର୍କରେ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ସୁଚିସ୍ମିତା ମହାନ୍ତି କହିଛନ୍ତି। ସାଇକେଲ୍‌ ଚାଳକ ଜଣଙ୍କ କୌଣସି କାମରେ ଛକକୁ ଆସିଥିଲେ। ସାଇକେଲ୍‌ ଧରି ଛକର ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।